ଓଡ଼ିଶା ଏକମାତ୍ର ରାଜ୍ୟଭାବେ ଶ୍ରୀଅନ୍ନ ପାଇଁ ଗୋଟିଏ ଦିନକୁ ଉତ୍ସର୍ଗ କରିଛି

ଭୁବନେଶ୍ଵର କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ନଭେମ୍ବର ୧୦ ଓ ୧୧ ରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ମହିଳା କୃଷକ ସମ୍ମିଳନୀ ୨୦୨୫ ଲୋକସେବା ଭବନ କନଭେନସନ ହଲଠାରେ ସଫଳତାର ସହ ସମାପ୍ତ ହୋଇଛି । ଏହି ସମ୍ମିଳନୀ “କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିଳାଙ୍କ ଭୂମିକା” ଶୀର୍ଷକ ବିଷୟବସ୍ତୁ ଉପରେ ଆଧାରିତ ଥିଲା । ଏହି ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇଥିଲେ । କୃଷି ଐତିହ୍ୟର ସଂରକ୍ଷଣ ସହ ଶ୍ରୀ ଅନ୍ନର ସଂରକ୍ଷଣ ଓ ପ୍ରସାର ଦିଗରେ ଓଡ଼ିଶାର ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ଚୌହାନ କହିଥିଲେ ଯେ, ଓଡ଼ିଶା ଏକମାତ୍ର ରାଜ୍ୟଭାବେ ଏକ ନିର୍ଦ୍ଧିଷ୍ଟ ଦିନକୁ ଶ୍ରୀଅନ୍ନ ବା ମାଣ୍ଡିଆ ଦିବସ ଭାବେ ଉତ୍ସର୍ଗ କରିଛି । କେବଳ ଏତିକି ନୁହେଁ ଏହାର ଉତ୍ପାଦନ ବୃଦ୍ଧି କରି ଅନ୍ୟ ରାଜ୍ୟକୁ ମଧ୍ୟ ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ଏବଂ ସବୁଠାରୁ ଉତ୍ସାହଜନକ କଥା ହେଲା ଏଥିରେ ମହିଳା ଚାଷୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଓଡ଼ିଶା ପ୍ରଥମ ରାଜ୍ୟଭାବେ ବିଭିନ୍ନ ଭୂ-ପ୍ରଜାତି ବା ଲ୍ୟାଣ୍ଡରେସ୍ ସଂରକ୍ଷଣ ପାଇଁ ମାର୍ଗଦର୍ଶିକା ସହ ମହିଳା କୈନ୍ଦ୍ରିକ ସୁବିଧାଜନକ କୃଷି ଭିତ୍ତିକ ଯନ୍ତ୍ରପାତିର ପରୀକ୍ଷଣ ମାର୍ଗଦର୍ଶିକା ଜାରି କରିଛନ୍ତି ।
ଏହାବ୍ୟତୀତ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ ମିଲେଟ ଫାଉଣ୍ଡେସନ ଗାଇଡ଼ ପ୍ରକାଶିତ ହୋଇଛି, ଯେଉଁଥିରେ ଶ୍ରୀଅନ୍ନ ସମ୍ବନ୍ଧିତ ବିଭିନ୍ନ ଗବେଷଣାତ୍ମକ ତଥ୍ୟ ଉଲ୍ଲେଖ ରହିଛି । ଏଥିରେ ଅଧିକ ଜାଣିବା ନିମନ୍ତେ ୱେବସାଇଟ ଲିଙ୍କ ପ୍ରଦାନ କରାଯାଇଛି । ବେଶ ସଫଳତାର ସହିତ ଚଳିତ ବର୍ଷର ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ସମ୍ମିଳନୀ ଶେଷ ହୋଇଛି । ଏହାର ଉଦଯାପନୀ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଯୋଗ ଦେଇ ସମ୍ମିଳନୀକୁ ସାଫଲ୍ୟମଣ୍ଡିତ କରିଥିଲେ ।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ