ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ହାରିଲେ

ଭୁବନେଶ୍ୱର : ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ନିର୍ବାଚନ ହାରିବା ନିଶ୍ଚିତ ହୋଇସାରିଛି । ତେବେ ଗଣତି ଚାଲିଥିବାରୁ କେବଳ ଭୋଟ୍‌ ବ୍ୟବଧାନକୁ ହିଁ ଅପେକ୍ଷା ରହିଛି । ଓଡ଼ିଶାର ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁଙ୍କ ସହ ସେ ଜାମସେଦପୁର ଇଷ୍ଟ ଆସନରୁ ଲଢେ଼ଇ କରୁଥିଲେ । କିନ୍ତୁ ୧୬ ରାଉଣ୍ଡ ସୁଦ୍ଧା ସେ ୩୫ ହଜାର ଭୋଟରେ ପଛରେ ରହିଛନ୍ତି । ଆଉ ୫ ରାଉଣ୍ଡରେ ସେତିକି ଭୋଟ୍‌ ଗଣତି ହେବାକୁ ବାକି ନଥିବାରୁ ଅଜୟ କୁମାର ହାରିସାରିଛନ୍ତି କହିଲେ ଭୁଲ୍‌ ହେବନାହିଁ ।

ସେ ହାରି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ପୂର୍ଣ୍ଣିମାଙ୍କୁ ବଡ଼ ସଫଳତା ମିଳିଛି । ଭୋଟ୍‌ ଗଣତି ଜାରି ରହିଥିଲେବି ପୂର୍ଣ୍ଣିମା ୮୪ ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇଥିବାବେଳେ ୩୫ ହଜାରରୁ ଉଦ୍ଧ୍ୱର୍ ଭୋଟରେ ଆଗୁଆ ରହିଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଜୟ କୁମାରଙ୍କୁ ପ୍ରାୟ ୪୮ ହଜାର ଭୋଟ ମିଳିଥିବାବେଳେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଝାଡ଼ଖଣ୍ଡରେ କିନ୍ତୁ ପୁଣିଥରେ ହେମନ୍ତ ସୋରେନ୍‌ଙ୍କ ସରକାର ହେବାକୁ ଯାଉଛି । ପୂର୍ଣ୍ଣିମାଙ୍କ ପାଇଁ ରଘୁବର ମଧ୍ୟ ମଇଦାନକୁ ବାହାରିଥିଲେ । ବୋହୂଙ୍କର ବିଜୟ ପାଇଁ ସେ ରଣନୀତି କରିଥିଲେ । ରାଜ୍ୟପାଳ ହୋଇ ମଧ୍ୟ ସକ୍ରିୟ ନିର୍ବାଚନରେ ଅଂଶଗ୍ରହଣ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିଲା ।

Related Posts

State-wide fire safety mock drill on March 28

Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

Continue reading
Heatwave Worries: Outdoor Activity Banned 11 a.m. to 3 p.m.

Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ