ରାଜ୍ୟପାଳଙ୍କ ବୋହୂ ଜିତିଲେ

ଭୁବନେଶ୍ୱର : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ପୂର୍ଣ୍ଣିମାଙ୍କୁ ବଡ଼ ସଫଳତା ମିଳିଛି । ଭୋଟ୍‌ ଗଣତି ଜାରି ରହିଥିଲେବି ପୂର୍ଣ୍ଣିମା ୮୦ ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇଥିବାବେଳେ ୩୩ ହଜାରରୁ ଉଦ୍ଧ୍ୱର୍ ଭୋଟରେ ଆଗୁଆ ରହିଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଜୟ କୁମାରଙ୍କୁ ପ୍ରାୟ ୪୬ ହଜାର ଭୋଟ ମିଳିଥିବାବେଳେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଝାଡ଼ଖଣ୍ଡରେ କିନ୍ତୁ ପୁଣିଥରେ ହେମନ୍ତ ସୋରେନ୍‌ଙ୍କ ସରକାର ହେବାକୁ ଯାଉଛି । ପୂର୍ଣ୍ଣିମାଙ୍କ ପାଇଁ ରଘୁବର ମଧ୍ୟ ମଇଦାନକୁ ବାହାରିଥିଲେ । ବୋହୂଙ୍କର ବିଜୟ ପାଇଁ ସେ ରଣନୀତି କରିଥିଲେ । ରାଜ୍ୟପାଳ ହୋଇ ମଧ୍ୟ ସକ୍ରିୟ ନିର୍ବାଚନରେ ଅଂଶଗ୍ରହଣ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିଲା ।

Related Posts

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା; OHRCଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଜି ରାଜ୍ୟ…

Continue reading
ପୁରୀରେ କୁଖ୍ୟାତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର

ପୁରୀ : ସମ୍ବଲପୁର ଓ ବ୍ରହ୍ମପୁର ପରେ ଆକ୍ସନ ମୋଡରେ ପୁରୀ ପୁଲିସ। ପୁରୀର ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର ହୋଇଛି। ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ