
ଦେବଗଡ଼: ଆସନ୍ତା ୮ ତାରିଖ ଦିନ ଓଡ଼ିଶା ବନ୍ଦ ପାଇଁ ଜିଲ୍ଲା କଂଗ୍ରେସର ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବନ୍ଦ ପାଳନ ସମୟରେ କଂଗ୍ରେସ ପକ୍ଷରୁ ପିକେଟିଂ କରି ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହନ ଚଳାଚଳ ବନ୍ଦ କରିବା ପାଇଁ ଆଲୋଚନା କରାଯାଇଥିଲା। ବନ୍ଦ ପାଳନ ଦିନ ଜିଲ୍ଲାବାସୀ ସହଯୋଗ କରିବା ପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି। ବୈଠକରେ ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଆକାଶ ଦାଶ, ରମେଶ ଚନ୍ଦ୍ର ପାତ୍ର, ସୁଶୀଲ ଗୁଡ଼ିଆ, ସୁଶୀଲ ମାଝୀ, କ୍ଷୀରୋଦ ନାଏକ, ସୁମନ୍ତ ବେହେରା, ଜିତେନ୍ଦ୍ର ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଊପସ୍ଥିତ ଥିଲେ।







