ଓଡ଼ିଶା ଲୋକସେବା ଆୟୋଗକୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ସୂଚନା କମିଶନ

ଭୁବନେଶ୍ୱର: ଏକ ସାମ୍ପ୍ରତିକ ରାୟରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ଶ୍ରୀମତୀ ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିଲେ । ବିଜ୍ଞାପନ ଅନୁଯାୟୀ କ୍ୟାରିୟର ମାର୍କ ଏବଂ ସାକ୍ଷାତକାର ମାର୍କ ଉପରେ ଆଧାରିତ ଥିଲା । ଜୁନ୍‌ ୨୦୨୨ ମସିହାରେ ଓଡ଼ିଶା ଲୋକସେବା କମିଶନ ଦ୍ୱାରା ପ୍ରକାଶିତ ମନୋନୀତ ପ୍ରାର୍ଥୀଙ୍କ ତାଲିକାରେ ସେ ତାଙ୍କ ନାମ ପାଇ ନଥିଲେ । ଫଳାଫଳରେ ଅସ;ୁଷ୍ଟ ହୋଇ ସେ ଡିସେମ୍ବର ୨୦୨୨ ମସିହାରେ ଆର୍‌ଟିଆଇରେ ଆବେଦନ ପୂର୍ବକ ଲୋକସେବା କମିଶନଙ୍କ ନିକଟରେ କ୍ୟାରିଅର ମୂଲ୍ୟାୟନ ଏବଂ ସାକ୍ଷାତକାରରେ ତାଙ୍କୁ ମିଳିଥିବା ମାର୍କର ବିବରଣୀ ମାଗିଥିଲେ । ଓଡିଶା ଲୋକସେବା ଆୟୋଗ ତାଙ୍କୁ କ୍ୟାରିଅରର ମାର୍କ ପ୍ରଦାନ କରିଥିଲା । କି;ୁ ଡିସେମ୍ବର ୨୦୨୨ରେ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଆଧାରରେ ତାଙ୍କର ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ମନାକରି ଦେଇଥିଲା । ସୂଚନା କମିଶନଙ୍କ ସମ୍ମୁଖରେ ଶୁଣାଣି ସମୟରେ ଓଡ଼ିଶା ଲୋକସେବା ଆୟୋଗର ପ୍ରତିନିଧି ଯୁକ୍ତି ବାଢ଼ିଥିଲେ ଯେ ଉକ୍ତ ପଦବୀରେ ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ସାକ୍ଷାତକାର ମାର୍କ ରେକର୍ଡ କରାଯାଏ ନାହିଁ କିମ୍ବା କୌଣସି ସର୍ବନିମ୍ନ ମାର୍କ ସ୍ଥିର କରାଯାଏ ନାହିଁ । ଓଡ଼ିଶା ଲୋକସେବା ଆୟୋଗର ପ୍ରତିନିଧି ଯୁକ୍ତି ଦେଇଥିଲେ ଯେ ସାକ୍ଷାତକାର ହେଉଛି ସେମାନଙ୍କର ବ୍ୟକ୍ତିତ୍ୱ ଓ କଥନ ଶୈଳୀ ଦକ୍ଷତା ଇତ୍ୟାଦିର ଏକ ପରୀକ୍ଷା, ଏବଂ ସାକ୍ଷାତକାରରେ କେବଳ ଯୋଗ୍ୟତା ନିର୍ଣ୍ଣୟ କରାଯାଏ । ପ୍ରାର୍ଥୀମାନଙ୍କୁ କେବଳ ସେମାନେ ଉପଯୁକ୍ତ କି ଅନୁପଯୁକ୍ତ ବୋଲି ସୂଚନା ଦିଆଯାଏ । ପ୍ରାର୍ଥୀମାନଙ୍କୁ ନିର୍ଦ୍ଦିଷ୍ଟ ମାର୍କ ଦିଆଯାଏ ନାହିଁ କିମ୍ବା କୌଣସି ଯୋଗ୍ୟ ତାଲିକା ପ୍ରକାଶ କରାଯାଏ ନାହିଁ ।
ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ମନୋଜ ପରିଡା ତାଙ୍କ ଐତିହାସିକ ରାୟରେ କହିଛନ୍ତି ଯେ ଓଡ଼ିଶା ଲୋକସେବା ଆୟୋଗର ଏପରି ନିଷ୍ପତ୍ତି ସୂଚନା ଅଧିକାର ଆଇନର ବ୍ୟବସ୍ଥା ବିରୁଦ୍ଧ । ପ୍ରାର୍ଥୀଙ୍କର ସାକ୍ଷାତକାରରେ ପାଇଥିବା ମାର୍କ ଜାଣିବାର ପୂର୍ଣ୍ଣ ଅଧିକାର ରହିଛି । ଏହା ଦ୍ୱାରା ସେ ପରବର୍ତ୍ତୀ ପ୍ରୟାସରେ ତାଙ୍କର ପ୍ରଦର୍ଶନକୁ ଉନ୍ନତ କରି ପାରିବେ । ପ୍ରତ୍ୟେକ ପ୍ରାର୍ଥୀ, ବିଶେଷ କରି, ପରୀକ୍ଷାରେ ବିଫଳ ହୋଇଥିବା ପ୍ରାର୍ଥୀଙ୍କର ଜାଣିବାର ଅଧିକାର ଅଛି ଯେ ସେମାନେ କେଉଁ ଆଧାରରେ ସଫଳ ହୋଇ ପାରିଲେ ନାହିଁ । ଏ ସମ୍ବନ୍ଧରେ ଓଡ଼ିଶା ଲୋକସେବା ଆୟୋଗ ପ୍ରାର୍ଥୀମାନଙ୍କୁ ଅନ୍ଧାରରେ ରଖି ପାରିବ ନାହିଁ । ତାଙ୍କ ଆଦେଶରେ ଶ୍ରୀ ପରିଡା କହିଛନ୍ତି ଯେ ସୂଚନା ଅଧିକାର ଆଇନ, ୨୦୦୫ ର ଧାରା ୨୨ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବାରେ ଅନ୍ୟ ସମସ୍ତ ଆଇନ ଏବଂ ନିୟମକୁ ସମର୍ଥନ ଦିଏ । ଓଡ଼ିଶା ଲୋକସେବା ଆୟୋଗକୁ ଏହାର ପ୍ରକ୍ରିୟା ପରିବର୍ତ୍ତନ କରିବାକୁ ଏବଂ ପ୍ରାର୍ଥୀମାନଙ୍କୁ ମିଳିଥିବା ମାର୍କ ସମ୍ପର୍କରେ ବିବରଣୀ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ