
ଭୁବନେଶ୍ୱର: ଓଡିଶା ଉପକୂଳ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଆଜି ଏହା ସାରା ଓଡ଼ିଶାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ । ଆଜି ସାରା ଓଡ଼ିଶାରେ ବର୍ଷା ସହ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର ଓ ବରଗଡ଼ ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଏହାସହ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆହୁରି ତିନି ଦିନ ବର୍ଷିବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ସେହିପରି ଆସନ୍ତାକାଲି ରାଜ୍ୟର କିଛି କିଛି ଅଂଚଳରେ ବର୍ଷା ହେବ ସହ ସୋନପୁର ସମ୍ବଲପୁର ଝାରସୁଗୁଡା ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଲଘୁଚାପ ପ୍ରଭାବରେ ୩୦ ତାରିଖ ଯାଏ ବର୍ଷା ହେବାର ସମ୍ଭାବନ ଥିବା ବେଳେ ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ମେଘୁଆ ପାଗରେ ଓ ପବନର ବେଗ ନେଇ ସମୁଦ୍ର ଅଶାନ୍ତ ରହିବ । ଫଳରେ ଆହୁରି ୨୪ ଘଣ୍ଟା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ପରେ ୪୮ ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୩୧ ତାରିଖ ପର୍ୟ୍ୟନ୍ତ ବର୍ଷା ରାଜ୍ୟରେ ଲାଗି ରହିବା ନେଇ ଚେତାବନୀ ଦେଇଥିଲା ପାଣିପାଗ ବିଭାଗ ।