ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ ଛାତ୍ର କଂଗ୍ରେସର ମଶାଲ ରାଲି

ଭୁବନେଶ୍ବର : ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଉଦ୍ଦିତ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ୟ୍ୟାତନ, ଦୁଷ୍କର୍ମ ଓ ବିଶେଷ କରି ଛାତ୍ରୀମାନଙ୍କୁ ଦୁଷ୍କର୍ମ, ନିର୍ୟ୍ୟାତନା ଓ ହତ୍ୟା ପ୍ରତିବାଦରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରୁ ବାହାରି ଲୋୟର ପିଏମ୍‌ଜି ପର୍ୟ୍ୟନ୍ତ ଯାଇଥିଲେ। ଏହି ମଶାଲ ଶୋଭାଯାତ୍ରାରେ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ ଯୋଗ ଦେଇ କହିଲେ ଯେ, ଓଡ଼ିଶାର ନାରୀଙ୍କୁ ନ୍ୟାୟ ଦେବା ପାଇଁ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ ଓ କଂଗ୍ରେସ ସଂଗଠନ ଅବିରତ ଆନ୍ଦୋଳନ ମାଧ୍ୟମରେ ମୋହନ ସରକାରଙ୍କୁ ଅଣନିଶ୍ୱାସୀ କରିଦେବ। କେବଳ ବିଶ୍ୱବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ନୁହେଁ ଏପରିକି ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସେମାନଙ୍କର ଶିକ୍ଷାନୁଷ୍ଠାନର ପରିସରରେ ସୁରକ୍ଷିତ ନାହାନ୍ତି । ମହିଳାଙ୍କ ସୁରକ୍ଷା ଦେବାରେ ମୋହନ ସରକାର ବିଫଳ ହୋଇଛି। ବାଲେଶ୍ଵରରେ ଦଶ ବର୍ଷ ଝିଅକୁ ଦୁଷ୍କର୍ମ ଓ ହତ୍ୟା, ଭଦ୍ରକ ବେତେଡାରେ ୭ବର୍ଷର ଝିଅକୁ ହତ୍ୟା, କଟକ ଜିଲ୍ଲାରେ ଇଟାଭାଟିରେ ନାବାଳିକାକୁ ଗଣଦୁଷ୍କର୍ମ, ମୟୁରଭଞ୍ଜରେ ନାବାଳିକାକୁ ଗଣଦୁଷ୍କର୍ମ, ବରୀରେ ମାର୍ଟିକ୍ ପରୀକ୍ଷାର୍ଥୀ ଛାତ୍ରୀ କନ୍ୟାଶ୍ରମରେ ଗର୍ଭବତୀ, ମାଲକାନ୍‌ଗିରୀ ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣା ସେହିପରି ଚମ୍ପୁଆରେ ଷଷ୍ଠ ଶ୍ରେଣୀ ଛାତ୍ରୀ କନ୍ୟାଶ୍ରମରେ ଗର୍ଭବତୀ ଓ କେନ୍ଦ୍ରପାଡାରେ +୨ ବାଣିଜ୍ୟ ଛାତ୍ରୀ ଅଧ୍ୟାପକଙ୍କ ଦୁର୍ବ୍ୟବହାରରେ ଯୋଗୁଁ ଆତ୍ମାହତ୍ୟା ଘଟଣାଭଳି ଉଦାହାରଣ ଓଡ଼ିଶାରେ ପ୍ରତିଦିନ ଘଟୁଛି।

ନିର୍ବାଚନ ପୂର୍ବରୁ ବିଜେପି ମହିଳା ସୁରକ୍ଷାର ଡିମ୍‌ଡିମୋ ପିଟୁଥିଲାବେଳେ ଏବେ ଓଡ଼ିଶାର ମହିଳାଙ୍କ ଦୂରାବସ୍ଥାକୁ ନେଇ ନୀରବ ହୋଇଯାଇଛି। କେବଳ ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କର ବିକାଶ ହେବ ନାହିଁ । ବର୍ତମାନ ଓଡ଼ିଶାର ମହିଳାଙ୍କୁ ସୁରକ୍ଷା ଦେବା ମୋହନ ସରକାରର ପ୍ରମୁଖ କର୍ତବ୍ୟ ଯାହାକୁ ସେ ପାଳନ କରୁନାହିଁ । ସୁତରାଂ କଂଗ୍ରେସ ଦଳ ଓଡ଼ିଶାର ନାରୀକୁ ନ୍ୟାୟ ଦେବା ପାଇଁ ଅବିରତ ସଂଗ୍ରାମ କରିବ। ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଚିନୁ ସିଂ ମିହଳାଙ୍କୁ ସୁରକ୍ଷା ଦେଇପାରୁନଥିବା ମୋହନ ସରକାର କଡା ତୀବ୍ର ସମାଲୋଚନା କରିଥିଲେ । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ କହିଲେ ଯେ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷାକୁ ନେଇ ଛାତ୍ର କଂଗ୍ରେସ ଲଢ଼େଇ କରିବ। କ୍ୟାମ୍ପସରେ କିପରି ମହିଳାମାନେ ନିର୍ଭୟରେ ରହିପାରିବେ ସେଥ‌ିପାଇଁ ଛାତ୍ର କଂଗ୍ରେସ ଜାଗ୍ରତ ପ୍ରହରି ଭାବରେ କାର୍ୟ୍ୟ କରିବ ବୋଲି ବିଶ୍ୱ ମହିଳା ଦିବସରେ ଛାତ୍ର କଂଗ୍ରେସ ସଂକଳ୍ପ କରୁଛି।

ଏହି କାର୍ୟ୍ୟକ୍ରମରେ ମାନସ ଚୌଧୁରୀ, ସାଗର ଚରଣ ଦାସ, ୟାସିର ନୱାଜ, ରଞ୍ଜିତ ପାତ୍ର, ସତ୍ୟଜିତ ଗମାଙ୍ଗୋ, ଅମୀୟ ପାଣ୍ଡବ, ନିହାର ବେହେରା, ଅଜୟ ସାହୁ, ଗୋପନ ମାର୍ଥା, ସ୍ଵାଗତ କର, ସାହାରୁକ୍ ଖାନ୍, ସୁନିଲ ସାହୁ ଗାନ୍ଧୀ, ସନ୍ଦିପ ରାଉତରାୟ, ଶ୍ରୀୟାସ୍ମିତା ପଣ୍ଡା, ଅମରେଶ ପରିଡ଼ା, ସିଦ୍ଧାନ୍ତ ଓମ୍ ପ୍ରକାଶ, ତାପସ ଦେଓ, ଆଦିତ୍ୟ ଅଂଶୁମାନ ସାହାରୁ ଖାନ୍, ମହମ୍ମଦ ପରଭେଜ ଓ ଚଣ୍ଡିପ୍ରସାଦ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

  • Related Posts

    ଛାତ୍ରୀଙ୍କୁ ନିର୍ୟାତନା: ପଦରୁ ହଟିଲେ ଓଡ଼ିଆ ବିଭାଗ ଏଚ୍‌ଓଡି

    ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ନିର୍ୟାତନା ଦେବା ଅଭିଯୋଗରେ ଫକୀର ମୋହନ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।ଏହି ମାମଲାକୁ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ…

    Continue reading
    ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

    ରାସଗୋବିନ୍ଦପୁର: ଦୁଇ ଦିନ ତଳେ ସକାଳେ ପଖାଳ ଭାତ ଓ ଆଳୁ ଚଟଣୀ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ