ଓଡ଼ିଶାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

ଭୁବନେଶ୍ୱର: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ତାଙ୍କ ମତରେ, ରାଜ୍ୟର ପରିସ୍ଥିତି ମଣିପୁରଠାରୁ ମଧ୍ୟ ଅଧିକ ସାଂଘାତିକ ହୋଇଛି ଏବଂ ସରକାର ନିଜ ଦାୟିତ୍ୱ ତୁଲାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି ।
ପ୍ରମିଳା ମଲ୍ଲିକ ବିଶେଷ ଭାବରେ ବାଲେଶ୍ୱର କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଉଲ୍ଲେଖ କରି କହିଛନ୍ତି ଯେ, ଛାତ୍ରୀ ଜଣକ ସମସ୍ତଙ୍କୁ ଜଣାଇବା ପରେ ମଧ୍ୟ ତାଙ୍କ ଜୀବନ ବଞ୍ଚାଇ ପାରିଲା ନାହିଁ । ଏହି ଘଟଣାରେ ସେ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ କେବଳ ତଦନ୍ତର ଆଳ ଦେଖାଇ ସରକାର ଚୁପ୍ ବସିଛନ୍ତି । ଏହି ଘଟଣା ସମ୍ପର୍କରେ ଏସ୍‌ପି ଏବଂ ସାଂସଦଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଛାତ୍ରୀଙ୍କୁ ସୁରକ୍ଷା ଦିଆଯାଇପାରିଲା ନାହିଁ, ଯାହା ସରକାରଙ୍କ ବିଫଳତାକୁ ପ୍ରମାଣିତ କରୁଛି ।ସେ ଆହୁରି ମଧ୍ୟ କହିଛନ୍ତି , ସେମାନେ ମହାମହିମ ରାଷ୍ଟ୍ରପତିଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବେ । ତାଙ୍କ ମତରେ, ଭାରତବର୍ଷର ଯେକୌଣସି ରାଜ୍ୟରେ ଶାସନ ବ୍ୟବସ୍ଥାରେ ବିଫଳତା ଦେଖାଦେଲେ ରାଷ୍ଟ୍ରପତି ହସ୍ତକ୍ଷେପ କରି ନିୟନ୍ତ୍ରଣ କରିବାର କ୍ଷମତା ରଖନ୍ତି ଏବଂ ସେହି କ୍ଷମତାକୁ ବ୍ୟବହାର କରିବା ପାଇଁ ସେମାନେ ଦାବି କରିବେ ।

  • Related Posts

    ସରପଞ୍ଚରୁ ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା

    ଗୀତାଞ୍ଜଳିଙ୍କୁ ନୂଆ ଦାୟିତ୍ୱ, ମହିଳା ସଂଗଠନ ସୁଦୃଢ଼ କରିବାକୁ ନୂଆ ଆଶା” ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ…

    Continue reading
    ପିଏମ୍ କେୟାର୍ସ ପାଣ୍ଠିକୁ ଘରୋଇ ଦାନ ହ୍ରାସ

    ନୂଆଦିଲ୍ଲୀ : ପିଏମ୍ କେୟାର୍ସ (ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ୍ ଏମର୍ଜେନ୍ସି ସିଚୁଏସନ) ପାଣ୍ଠିକୁ ଘରୋଇ ଦାନ ୨୦୨୪-୨୫ରେ ୩୦ ପ୍ରତିଶତ ହ୍ରାସ ପାଇ ୪୭୯ କୋଟି ଟଙ୍କା ରହିଛି । ବିଦେଶୀ ଦାନ ମଧ୍ୟ ୧୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ