କଟକ ବାଲିଯାତ୍ରାରେ ଲାଗିବ ବଲିଉଡ୍ ତଡ଼କା

କଟକ,୧୬ ଅକ୍ଟୋବର ୨୦୨୫:ସବୁବର୍ଷ ଭଳ ଚଳିତ ଥର ମଧ୍ୟ ଐତିହାସିକ କଟକ ବାଲିଯାତ୍ରାରେ ଲାଗିବ ବଲିଉଡ୍ ତଡ଼କା । ଏହା ସହିତ ଧମାଲ୍ କରିବେ ଓଲିଉଡ଼୍ କଳାକାର । ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ବାଲିଯାତ୍ରାରେ ସୁନାମଧନ୍ୟ ଗାୟିକା ଶ୍ରେୟା ଘୋଷାଲ, ପଞ୍ଜାବୀ ତଥା ବଲିଉଡ୍ ଗାୟିକା ହର୍ଷଦୀପ କୌର ଏବଂ ଇଣ୍ଡିଆନ୍ ଆଇଡିଆଲ୍ ବିଜେତା ଋଷି ସିଂ ନିଜ କଣ୍ଠର ଯାଦୁ ଦେଖାଇବେ । ଏହା ବ୍ୟତୀତ ଓଲିଓଡ୍‌ର ୧୪ ଜଣ ପ୍ରସିଦ୍ଧ ଗାୟକ ଓ ଗାୟିକା ଦର୍ଶକଙ୍କୁ ନିଜ ଗୀତରେ ମତୁଆଲା କରିବେ । ଉଭୟ ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ହେବ କାର୍ଯ୍ୟକ୍ରମ । ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଓ ୯ଟି ପ୍ରସ୍ଥାନ ପଥ ରହିବ । ଏହାବ୍ୟତୀତ ଜରୁରୀକାଳୀନ ପ୍ରସ୍ତାନ ପାଇଁ ୬ଟି ଗେଟ୍‌ ରହିବ । ସେହିପରି କଟକ ଇନ୍‌ କଟକରେ ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟ ବିଷୟବସ୍ତୁ ରହିବ । ଆସନ୍ତା ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା ଚାଲିବ । ଉଭୟ ଏବଂ ତଳ ପଡ଼ିଆରେ ମେଳା ଆୟୋଜନ ହେବ । ଉପର ପଡ଼ିଆରେ ଐତିହ୍ୟ ସଂପର୍କିତ ଷ୍ଟଲ୍ ସହ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ । ଏ ବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ସମାଗମ ଆକଳନ କରାଯାଉଛି । ବାଲିଯାତ୍ରା ପ୍ରତି ନିଆରା ଆକର୍ଷଣ ଯୋଗୁଁ ପ୍ରତିଦିନ ସଂଧ୍ୟାରେ ପ୍ରାୟ ୭-୮ ଲକ୍ଷ ଜନସମାଗମର ସମ୍ଭାବନା ରହିଛି ।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ