
କଣ୍ଟାମାଳ: ବୌଦ୍ଧ ଜିଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ଆକ୍ସନ ନିଆଯାଇଛି। ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ନିର୍ଦ୍ଦେଶ ସହ ତାଙ୍କୁ ତୁରନ୍ତ ପ୍ରଭାବରୁ ଚାକିରିରୁ ନିଲମ୍ବିତ କରାଯାଇଛି। ନିଲମ୍ବନ ଅବଧିରେ ସମ୍ବଲପୁର ଆର୍ଡିସିଙ୍କ କାର୍ଯ୍ୟାଳୟରେ ରହିବେ। ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।





