କୁଏତ, ବାହାରିନ୍‌ ଉପରେ ଇରାନର ଆକ୍ରମଣ

କୁଏତ ସିଟି: କୁଏତ ଓ ବାହାରିନ ଉପରେ ଶନିବାର ଇରାନ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଜରିଆରେ ଆକ୍ରମଣ କରିଛି। ଇରାନର ଆକ୍ରମଣକୁ ଦୃଷ୍ଟିରେ ରଖି କୁଏତ ଓ ବାହାରିନ୍‌ ସରକାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥିବା ଜଣାପଡ଼ିଛି। ଏ ନେଇ ବାହାରିନ୍‌ ସରକାରଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଦର୍ଶାଯାଇଛି ଇରାନ ତରଫରୁ ଶନିବାର ଆକ୍ରମଣ ହୋଇଥିଲା। ତେ​‌େ​‌ବ କୁଏତ ଓ ବାହାରିନ୍‌ର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗୁଁ ବିଶେଷ କିଛି ହୋଇ ନାହିଁ। ଇରାନ ତୁରନ୍ତ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ମାଧ୍ୟମରେ ଆକ୍ରମଣ ବନ୍ଦ କରିବାକୁ ବାହାରିନ୍‌ ତରଫରୁ ଦାବି ହୋଇଛି। ଏହି ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ତରଫରୁ ଗଣମାଧ୍ୟମକୁ ଏକ ସୂଚନା ପ୍ରଦାନ କରା ଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଇରାନ ତରଫରୁ ହାର୍ମୁଜ ଉପରେ ଆକ୍ରମଣ ପାଇଁ ଇରାନ ତରଫରୁ ଉଦ୍ୟମ କରାଯାଇଥିଲା। ତେବେ ଆମେରିକା ସେନା ତାହାକୁ ବିଫଳ କରି ଦେଇଥିଲା। ସୂଚନାଥାଉ କି ଶୁକ୍ରବାର ମଧ୍ୟ ଇରାନ ତରଫରୁ କୁଏତ ଓ ବାହାରିନ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ତେବେ ସେଗୁଡ଼ିକୁ ମଝି ଆକାଶରେ ନଷ୍ଟ କରି ଦିଆଯାଇଥିବା ଆମେରିକା ତରଫରୁ ଦର୍ଶାଯାଇଛି। ସେହିପରି ଇସ୍ରାଏଲ ଓ ଲେବାନନ ମଧ୍ୟରେ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ଇସ୍ରାଏଲ ତରଫରୁ ଦକ୍ଷିଣ ଲେବାନନ୍‌ ଉପରେ ବିମାନ ଆକ୍ରମଣ ହୋଇଥିଲା। ଏଥିରେ ୯ଜଣଙ୍କ ଜୀବନ ଯାଇଥିଲା।

  • Related Posts

    ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା

    ହାଇଦ୍ରାବାଦ: ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା । ତେଲେଙ୍ଗାନାର ଜଣେ 28 ବର୍ଷୀୟ ଯୁବକ, ଆମେରିକାରେ ଏକ ପାର୍ଟ-ଟାଇମ୍ ପିଜା ଡେଲିଭରୀ ବୟ ଭାବରେ କାମ କରୁଥିଲେ । ପିଜା ଡେଲିଭରୀ କରିବା ପାଇଁ ଯାଉଥିବା ବେଳେ ତାଙ୍କୁ…

    Continue reading
    ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି

    ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମୂଲ୍ୟ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ ଶନିବାର ମଧ୍ୟରାତ୍ରରୁ ଦେଶବ୍ୟାପୀ ତତ୍କାଳ ଲାଗୁ କରାଯାଇଛି। ଗତ ୩ ମାସ ମଧ୍ୟରେ ଏହା ଘରୋଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ