‘କେଜି ରୁ ପିଜି’ ପାଠ ପାଇଁ ଫି ଛାଡ଼ ଘୋଷଣା କେବଳ ଏକ ପ୍ରଚାର ସର୍ବସ୍ବ ମାୟାଜାଲ : କଂଗ୍ରେସ

ଭୁବନେଶ୍ୱର: ସରକାରଙ୍କ ‘କେଜି ରୁ ପିଜି’ ମାଗଣା ଶିକ୍ଷା ଏବଂ ଏହାକୁ ନେଇ ହୋଇଥିବା ଠକାମୀ ଉପରେ ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଯୋଗଦେଇ କହିଲେ, ବିଜେପି ସରକାରଙ୍କ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘କେଜି ରୁ ପିଜି’ ମାଗଣା ଶିକ୍ଷାର ଢେଣ୍ଡୁରା କେବଳ ଏକ ପ୍ରଚାର ସର୍ବସ୍ୱ ମାୟାଜାଲ । ସରକାରୀ ବିଜ୍ଞପ୍ତିକୁ ନିରେଖି ଦେଖିଲେ ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି, ଏହା ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ନୁହେଁ, ବରଂ କେବଳ ‘ନାମଲେଖା ଫି’ ଛାଡ଼ର ଏକ ଭେଳିକି ।

ଯେଉଁ ରାଜ୍ୟରେ ଶିକ୍ଷକ ନାହାନ୍ତି, ସ୍କୁଲ-କଲେଜରେ ଭିତ୍ତିଭୂମି ନାହିଁ ଏବଂ ପାଠ୍ୟପୁସ୍ତକରେ ମାଳ ମାଳ ଭୁଲ୍ ରହୁଛି, ସେଠାରେ ଏଭଳି ଘୋଷଣା ଓଡ଼ିଶାର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଏକ କ୍ରୁର ପରିହାସ ବୋଲି ଶ୍ରୀ ନାୟକ କହିଥିଲେ lପିସିସିର ମୁଖପାତ୍ର ଆଡ଼ଭୋକେଟ ଜୟଶ୍ରୀ ପାତ୍ର କହିଛନ୍ତି ଯେ, ବିଜେପି ସରକାର କେବଳ ପାଠ୍ୟପୁସ୍ତକ କେଳେଙ୍କାରୀକୁ ଲୁଚାଇ ନଜର ହଟାଇବା ପାଇଁ ଏହି ମିଛ ପ୍ରଚାର ପ୍ରସାର ତିଆରି କରୁଛି ।କେବଳ ନାମଲେଖା ଫି ଛାଡ଼ କଣ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା?
ସରକାରୀ ଚିଠିରେ କେବଳ “Admission Fee” ଛାଡ଼ କରିବାକୁ କୁହାଯାଇଛି । ତେବେ ଟ୍ୟୁସନ ଫି, ପରୀକ୍ଷା ଫି, କଲେଜ ବିକାଶ ପାଣ୍ଠି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ କଣ ସରକାର ବହନ କରିବେ? ଯଦି ନା, ତେବେ ଏହାକୁ “ସମ୍ପୂର୍ଣ୍ଣ ମାଗଣା” କହି ଓଡ଼ିଶାବାସୀଙ୍କୁ କାହିଁକି ବିଭ୍ରାନ୍ତ କରାଯାଉଛି?
​ବିନା ଶିକ୍ଷକରେ ମାଗଣା ଶିକ୍ଷା କିଭଳି ସମ୍ଭବ?
ପିଲାଙ୍କ ପାଇଁ ପାତରଅନ୍ତର କାହିଁକି?
ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ପଢ଼ୁଥିବା ବୈଷୟିକ ବା ପ୍ରଫେସନାଲ୍ କୋର୍ସଗୁଡ଼ିକୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି । ଏହା ଦ୍ଵାରା କଣ ରାଜ୍ୟର ଅର୍ଦ୍ଧେକରୁ ଅଧିକ ଉଚ୍ଚଶିକ୍ଷା କରୁଥିବା ଗରିବ ପିଲା ବଞ୍ଚିତ ହେବେ ନାହିଁ କି?
ଶିକ୍ଷା ବିଭାଗର ସମନ୍ୱୟ ଅଭାବ କାହିଁକି?
ସ୍କୁଲ୍ ଆଣ୍ଡ ମାସ ଏଜୁକେସନ ଡିପାର୍ଟମେଣ୍ଟ ଗୋଟିଏ ପଟେ ଚିଠି ଲେଖି ଫି ଛାଡ଼ର ବାହାବା ନେଉଛି, କିନ୍ତୁ ନିଜ ଅଧୀନରେ ଥିବା ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଏଭଳି ସମନ୍ୱୟହୀନ ସରକାରଙ୍କୁ ଓଡ଼ିଶାର ଜନସାଧାରଣ କାହିଁକି ବିଶ୍ୱାସ କରିବେ?
ତେଣୁ ଏହା ମାଗଣା ଶିକ୍ଷା ନାଁ ରେ ମାନହୀନ ଶିକ୍ଷା ବ୍ୟବସ୍ଥା ବୋଲି ଶ୍ରୀମତୀ ପାତ୍ର ଅଭିହିତ କରିଛନ୍ତି l

ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଦ୍ବୟ କଂଗ୍ରେସର ନିମ୍ନଲିଖିତ ଦାବୀ ଏହି ଜ୍ଞାନଦୋୟ ଯୋଜନାରୁ ଲୁଚିଥିବା ସର୍ତ୍ତ ହଟାନ୍ତୁ। ଖାଲି ଆଡମିଶନ ଫି ନୁହେଁ, ସମସ୍ତ ପ୍ରକାରର କଲେଜ ଡେଭଲପମେଣ୍ଟ ଫି, ଟ୍ୟୁସନ ଫି ଏବଂ ବୈଷୟିକ ବା ପ୍ରଫେସନାଲ୍ କୋର୍ସକୁ
ଏଥିରେ ସାମିଲ କରାଯାଉ। ପ୍ରକୃତରେ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ଦିଅନ୍ତୁ ବୋଲି ଉପସ୍ଥାପନ କରିଛନ୍ତି l

  • Related Posts

    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading
    ୨୦ ବିଜେପି ସାଂସଦ ଚୁପ୍ ରହି ଓଡ଼ିଶାର ସ୍ୱାର୍ଥକୁ ବିକ୍ରି କରିଦେଲେ:ବିଜେଡି

    ଭୁବନେଶ୍ବର: ଲୋକସଭାରେ ଏମଏମଡିଆର ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଫଳରେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଓଡିଶା । ଓଡ଼ିଶାର ଖଣି ରାଜସ୍ୱ ଦିଲ୍ଲୀ ଚାଲିଯିବ । ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ