କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

ନୂଆଦିଲ୍ଲୀ: ରାସ୍ତାକଡ଼ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏଣିକି ଅଧିକ ଋଣ ମିଳିବ । କେନ୍ଦ୍ର କ୍ୟାବିନେଟ୍ ବୁଧବାର ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି) ଯୋଜନାକୁ ବଢାଇଛନ୍ତି । ଏହି ଯୋଜନାକୁ ୨୦୩୦ ମାର୍ଚ୍ଚ ୩୧ ଯାଏ ବଢାଯାଇଛି । ଏହି ଯୋଜନା ପାଇଁ ଏବେ ୭,୩୩୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଯୋଜନାର ପୁନର୍ଗଠନକୁ ମଞ୍ଜୁରି ଦିଆଯାଇଛି । ଯୋଜନା ଅଧିନରେ ପ୍ରଥମ ଥରର ଋଣ ସୀମାକୁ ୧୦ ହଜାର ଟଙ୍କାରୁ ବଢାଇ ୧୫୦୦୦ ଟଙ୍କା କରାଯାଇଛି । ଅନ୍ୟପଟେ ଦ୍ୱିତୀୟ ଋଣ ସୀମାକୁ ୨୦ ହଜାର ଟଙ୍କାରୁ ବଢାଇ ୨୫୦୦୦ ଟଙ୍କା କରାଯାଇଛି । ତୃତୀୟ ଥର ଋଣକୁ ୫୦ ହଜାର ଟଙ୍କା ରଖାଯାଇଛି ।ଅଧିକାରୀଙ୍କ ସୂଚନା ଅନସୁାରେ, ସଠିକ୍ ସମୟରେ ଦ୍ୱିତୀୟ ଋଣ ପରିଶୋଧ କରିଥିବା ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଆକସ୍ମିକ ବ୍ୟବସାୟ ଓ ବ୍ୟକ୍ତିଗତ ଆବଶ୍ୟକତାକୁ ପୂରା କରିବା ପାଇଁ କ୍ରିକେଟ୍ କାର୍ଡ ପ୍ରଦାନ କରାଯିବ । ଏହା ବ୍ୟତୀତ ଖୁଚୁରା ଓ ହୋଲସେଲ୍ ନେଣଦେଣରେ ଡିଜିଟାଲ୍ କାରବାର କରୁଥିବା ବିକ୍ରେତାଙ୍କୁ ୧୬୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ଏବେ ନୂଆ ଯୋଜନା ଅଧିନରେ ୫୦ ଲକ୍ଷ ନୂତନ ଷ୍ଟ୍ରିଟ୍ ଭେଣ୍ଡର ସମେତ ୧.୧୫ କୋଟି ଲାଭାର୍ଥୀ ଉପକୃତ ହୋଇପାରିବେ ।ଅଧିକାରୀଙ୍କ କହିବା ଅନୁସାରେ, ଯୋଜନାର କ୍ରିୟାନ୍ୱୟନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଓ ବିତ୍ତୀୟ ସେବା ବିଭାଗର ମିଳିତ ଦାୟିତ୍ୱ ହେବ । ଗୃହ ଓ ନଗର ଉନ୍ନୟମ ମନ୍ତ୍ରଣାଳୟ ଯୋଜନାର ପରିଚାଳନା କରିବ । ଅନ୍ୟପଟେ ଡିଏଫଏସ୍ ବ୍ୟାଙ୍କ ଅନ୍ୟ ବିତ୍ତୀୟ ଅନୁଷ୍ଠାନ ଜରିଆରେ ଋଣ ଓ କ୍ରେଡିଟ୍ କାର୍ଡ ଯୋଗାଇବ ।କେନ୍ଦ୍ର ସରକାର କରୋନା ମହାମାରୀ ବେଳେ ଖରାପ ସ୍ଥିତିର ସାମନା କରୁଥିବା ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ସହାୟତା ଦେବା ପାଇଁ ୨୦୨୦ ଜୁନ୍ ୧ରେ ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ । ଯୋଜନା ଅଧିନରେ ଜୁଲାଇ ୩୦ ସୁଦ୍ଧା ୬୮ ଲକ୍ଷରୁ ଅଧିକ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ୧୩,୭୯୭ କୋଟି ଟଙ୍କାର ୯୬ ଲକ୍ଷରୁ ଅଧିକ ଋଣ ପ୍ରଦାନ କରାଯାଇଛି ।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ