କେମିତି ତିଆରି କରିବେ ଚାଉଳ ଗୁଣ୍ଡ ଇଡ୍‌ଲି?

ଇଡ୍‌ଲି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ବ୍ରେକ୍‌ଫାଷ୍ଟରେ ଇଡ୍‌ଲି ସହ ଘୁଘୁନି ଓ ସସ୍‌ ଖାଇବାର ମଜା ଅଲଗା। କିଛି ଲୋକ ଇଡ୍‌ଲି ସହ ଆଳୁଦମ୍‌ ମଧ୍ୟ ଖାଇବାକୁ ଭଲ ପାଇଥାନ୍ତି। ଆସନ୍ତୁ ଜାଣିବା ଚାଉଳ ଗୁଣ୍ଡ ଇଡ୍‌ଲିର ପ୍ରସ୍ତୁତ ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ: ଚାଉଳ ଗୁଣ୍ଡ, ଭୃସଙ୍ଗ ପତ୍ର, କଞ୍ଚାଲଙ୍କା, ଅଦା ଅଳ୍ପ, ଲୁଣ, ଖଟା ଦହି।

ପ୍ରସ୍ତୁତି ପ୍ରଣାଳୀ: ଦୁଇକପ୍‌ ଚାଉଳ ଗୁଣ୍ଡ, ଗୋଟେ କପ୍‌ ଦହି, ଅଳ୍ପ ଛେଚା ଅଦା, ଛୋଟ ଛୋଟ କଟା ଲଙ୍କା, ଭୃସଙ୍ଗ ପତ୍ର ଅଳ୍ପ ଏବଂ ଲୁଣକୁ ଏକାଠି ମିଶାନ୍ତୁ। ସେଥିରେ ଅଳ୍ପ ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ୨୦ ମିନିଟ୍‌ ପର୍ୟ୍ୟନ୍ତ ଘୋଡାଇ ରଖନ୍ତୁ। ୨୦ ମିନିଟ୍‌ ପରେ ଇଡ୍‌ଲି ଛାଞ୍ଚରେ ଏହାକୁ ରଖି ଚୂଲାରେ ବସାନ୍ତୁ। ୩ ମିନିଟ୍‌ ପରେ ଏହାକୁ ବାହାର କରନ୍ତୁ। ନଜର ରଖିବେ, ଯେମିତି ଏହା ବହୁତ ନରମ ଲାଗେ। ଏହାପରେ ଘୁଘୁନି ହେଉ କି ଆଳୁଦମମ ଅବା ଟମାଟୋ କି ଚିଲି ସସ୍‌ ସହ ଖାଇବାର ମଜା ନିଅନ୍ତୁ

Related Posts

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

Continue reading
ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ