କୋଟିଏ ଟଙ୍କାର ଗୁଆ ଜବତ

ଜଗତସିଂହପୁର: ମଝି ସମୁଦ୍ରରେ ବାଂଲାଦେଶ-ଭାରତ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଏକ ମାଛଧରା ବୋଟ୍‌କୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)। ମାଛଧରା ବୋଟ୍‌ରେ ଥିବା ୧୪ ଜଣଙ୍କୁ ଅଟକ ରଖାଯିବା ସହ ଚୋରା ଚାଲାଣ ହେଉଥିବା ପ୍ରାୟ କୋଟିଏ ଟଙ୍କାର ଗୁଆ ଜବତ କରାଯାଇଛି। ବୋଟ୍‌ ସହ ସମସ୍ତ ଜବତ ସାମଗ୍ରୀ ଓ ଅଟକ ମତ୍ସ୍ୟଜୀବୀଙ୍କୁ ପାରାଦୀପ ଅଣାଯାଇଥିବା ବେଳେ ସୀମାଶୁଳ୍କ ବିଭାଗକୁ ହସ୍ତାନ୍ତର କରାଯାଇଛି।
କୋଷ୍ଟଗାର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମୁଦ୍ରରେ ଗତିବିଧି ଉପରେ ନଜର ରଖା ଯାଇଥିବା ବେଳେ ଗତକାଲି ସକାଳେ ପଶ୍ଚିମବଙ୍ଗର ଅନ୍ତର୍ଜାତୀୟ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ଚଳାଚଳ କରୁଥିବା ମାଛଧରା ବୋଟ୍‌କୁ କୋଷ୍ଟଗାର୍ଡ ସୁରକ୍ଷାକର୍ମୀ କାବୁ କରିଥିଲେ। ମାଛଧରା ବୋଟ୍‌ର ନାଁ ଆଇଏଫ୍‌ବି ମା’ ବାସନ୍ତୀ ହୋଇଥିବା ବେଳେ ପଶ୍ଚିମବଙ୍ଗର କାକଦୀପ ମାଛଧରା ବନ୍ଦରରେ ପଞ୍ଜୀକରଣ ହୋଇଛି। ଯାଞ୍ଚ ବେଳେ ବୋଟ୍‌ରୁ ୪୫୦ ବସ୍ତା ଗୁଆ ଜବତ କରାଯାଇଥିଲା। ଗୋଟିଏ ବସ୍ତାର ଓଜନ ଥିଲା ୫୦ରୁ ୬୦ କେଜି। ଯାହାର ବଜାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ। ବୋଟ୍‌ରେ ଥିବା ୧୪ ଜଣ ମତ୍ସ୍ୟଜୀବୀଙ୍କ ପାଖରେ କୌଣସି କାଗଜପତ୍ର ନ ଥିଲା। ବୋଟ୍‌ ୫ ଦିନ ସମୁଦ୍ର ଭିତରେ ରହିଥିଲେ ମଧ୍ୟ ମାଛ ନ ଥିଲା। ଏହା ପରେ କୋଷ୍ଟଗାର୍ଡ ଜାହାଜ ଏସ୍‌କର୍ଟ କରି ମାଛଧରା ବୋଟ୍‌କୁ ପାରାଦୀପ ବନ୍ଦରକୁ ଆଣିଥିଲା।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ