କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନଃ ଲାଗୁ କରିପାରିବ ନାହିଁ:ମୋଦୀ

ନୂଆଦିଲ୍ଲୀ: ବିଶ୍ବର କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନଃ ଲାଗୁ କରିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଧାରା ୩୭୦କୁ ପୁନଃ ଲାଗୁ କରିବା ଲାଗି ଏକ ପ୍ରସ୍ତାବ ଜାମ୍ମୁ-କାଶ୍ମୀର ବିଧାନସଭାରେ ଗୃହୀତ ହୋଇଥିବାବେଳେ ମୋଦୀ ଶୁକ୍ରବାର ଏପରି କହିଛନ୍ତି। ନ୍ୟାସନାଲ କନଫରେନ୍ସ (ଏନସି) ଓ କଂଗ୍ରେସ ମେଣ୍ଟ ସରକାର ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନର୍ବାର ଲାଗୁ କରିବା ସମ୍ପର୍କରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି। ଗୃହୀତ ପ୍ରସ୍ତାବ ଅନୁଯାୟୀ ଏହି ପ୍ରସଙ୍ଗରେ ଜାମ୍ମୁ-କାଶ୍ମୀରର ନିର୍ବାଚିତ ପ୍ରତିନିଧି କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ। ଜାମ୍ମୁ-କାଶ୍ମୀର ବିଧାନସଭାରେ ଗୃହୀତ ହୋଇଥିବା ଏପରି ପ୍ରସ୍ତାବକୁ ମୋଦୀ ନିନ୍ଦା କରିଛନ୍ତି। ମହାରାଷ୍ଟ୍ର ନାଗପୁରରେ ନିର୍ବାଚନ ପ୍ରଚାର ରାଲିରେ ଯୋଗ ଦେଇ ମୋଦୀ କଂଗ୍ରେସ ନେତୃତ୍ବ ‘ଇଣ୍ଡି’ ମେଣ୍ଟକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି ଯେ ବିଶ୍ବର କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନଃ ଲାଗୁ କରିପାରିବ ନାହିଁ। ‘ଇଣ୍ଡି’ ମେଣ୍ଟ ସମ୍ବିଧାନକୁ ଜାମ୍ମୁ-କାଶ୍ମୀର ବାହାରକୁ ଆଣିବାକୁ ଉଦ୍ୟମ କରୁଛି। ଧାରା ୩୭୦ ଉଚ୍ଛେଦ ଦ୍ବାରା ଜାମ୍ମୁ-କାଶ୍ମୀର ଭାରତର ସମ୍ବିଧାନ ପ୍ରଣୀତ ନୀତି ନିୟମ ଦ୍ବାରା ପରିଚାଳିତ ହେଉଛି। ଏବେ ଏହି ଧାରାକୁ ପୁନଃ ଲାଗୁ କରିବାକୁ ‘ଇଣ୍ଡି’ ମେଣ୍ଟ ଯେଉଁ ଯୋଜନା କରିଛି ତାହା ସମ୍ବିଧାନ ବିରୋଧୀ। ତେଣୁ ଭୋଟରମାନେ ‘ଇଣ୍ଡି’ ମେଣ୍ଟର ସମ୍ବିଧାନ ବିରୋଧୀ କାର୍ୟ୍ୟ ପ୍ରତି ସତର୍କ ରହିବା ଦରକାର। ମୋଦୀ କହିଛନ୍ତି ଯେ ସେ ଥିବା ପର୍ୟ୍ୟନ୍ତ ଜାମ୍ମୁ-କାଶ୍ମୀରରେ କୌଣସି କ୍ଷତି ପହଞ୍ଚାଇବାକୁ କଂଗ୍ରେସ ସଫଳ ହୋଇପାରିବ ନାହିଁ। ଏଠାରେ ଭୀମରାଓ ଆମ୍ବେଦକରଙ୍କ ସମ୍ବିଧାନ ପ୍ରଣୀତ ଶାସନ ହିଁ ଚାଲିବ। ନିର୍ବାଚନ ପ୍ରଚାର ସଭାରେ ମୋଦୀ କହିଥିଲେ ଯେ ମହା ବିକାଶ ଅଘାଡି (ଏମଭିଏ) ମେଣ୍ଟର ସମସ୍ତ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ। ସେମାନେ ମହାରାଷ୍ଟ୍ରକୁ ଲୁଟିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଏମଭିଏ ମେଣ୍ଟ ଏକଗାଡି ଯାହାର ଚକ କି ବ୍ରେକ ନାହିଁ। ମାତ୍ର ଚକ ଓ ବ୍ରେକ ନଥିବା ଏହି ଗାଡିର ଡ୍ରାଇଭର ହେବାକୁ ସମସ୍ତେ ଆଗ୍ରହୀ। କାରଣ ଏହି ମେଣ୍ଟର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାହା ସ୍ଥିର ହୋଇପାରି ନାହିଁ। କଂଗ୍ରେସ, ଶିବସେନା(ୟୁବିଟି) ଓ ଏନସିପି (ଏସ୍‌ପି)କୁ ନେଇ ଏମଭିଏ ମେଣ୍ଟ ଗଠନ ହୋଇଛି। ଏହି ମେଣ୍ଟ ବିଜେପି-ଶିବସେନା-ଏନସିପିକୁ ନେଇ ଗଠିତ ମହାୟୁତି ମେଣ୍ଟ ସହିତ ନିର୍ବାଚନ ଲଢୁଛି। ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ଭୋଟ ଗ୍ରହଣ ହେବ।

  • Related Posts

    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading
    ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍

    ମସ୍କୋ:ରୁଷିଆର ସାଇବେରିଆନ୍ ଅଞ୍ଚଳ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି। ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ