କ୍ରୀଡ଼ା ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା

ଦେବଗଡ଼:କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ଅଞ୍ଚଳସ୍ତରୀୟ ୫୫ତମ କ୍ରୀଡ଼ା ପ୍ରତିଯୋଗିତା ତିନିଦିନ ଧରି ଭୁବନେଶ୍ୱର କିଟ୍ ୟୁନିଭରସିଟି କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୪୩ଟି ବିଦ୍ୟାଳୟର ୧୭ ବର୍ଷରୁ କମ୍,୧୯ ବର୍ଷରୁ କମ୍ ବାଳକ ବାଳିକାମାନେ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାରେ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୧୧ ଟି ପଦକ ହାସଲ କରିଛନ୍ତି।ନବମ ଶ୍ରେଣୀର ଛାତ୍ରୀ ଆକାଂକ୍ଷା ଆହ୍ବାନୀ ପ୍ରଧାନ ୧୭ ବର୍ଷରୁ କମ୍ ‘ଉଚ୍ଚଡିଆଁ’ରେ ସ୍ୱର୍ଣ୍ଣପଦକ,୧୦୦ ମିଟର ହର୍ଡ଼ଲ ଦୌଡ଼ରେ ରୌପ୍ୟ,ଏବଂ ଦଶମ ଶ୍ରେଣୀର ଛାତ୍ରୀ ଛବିରାଣୀ ପ୍ରଧାନ ‘ଉଚ୍ଚଡିଆଁ’ରେ ସ୍ୱର୍ଣ୍ଣପଦକ,୧୦୦ ମିଟର ହର୍ଡ଼ଲ ଦୌଡ଼ରେ ରୌପ୍ୟ,୧୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ହାସଲ କରିଛନ୍ତି।ବ୍ୟକ୍ତିଗତ ଭାବେ ଏକାଦଶ ଶ୍ରେଣୀର ଛାତ୍ରୀ ରୀମାସା ବେହେରା ‘ଲମ୍ବଡିଆଁ’, ୧୦୦-ମିଟର ହର୍ଡ଼ଲ ଦୌଡ଼,୩୦୦୦ ମିଟର ୱାକ ରେସରେ କାଂସ୍ୟ ପଦକ ଏବଂ ଅର୍ପିତା ଗଡ଼ନାୟକ ‘ଉଚ୍ଚଡିଆଁ’ରେ ରୌପ୍ୟ ପଦକ ହାସଲ କରିଛନ୍ତି।ସେହିପରି ୧୯ ବର୍ଷରୁ କମ୍ ସମୂହ ରିଲେ ଦୌଡ଼ ପ୍ରତିଯୋଗିତାରେ ଆରତୀ ସାହୁ, ଛବିରାଣୀ ପ୍ରଧାନ, ରୀମାସା ବେହେରା, ଅର୍ପିତା ଗଡ଼ନାୟକ ଅଂଶ ଗ୍ରହଣ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।ଏଥି ସହିତ “ଜାତୀୟ କ୍ରୀଡ଼ା ସମାବେଶ- ୨୦୨୬-୨୭” ପାଇଁ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଛବିରାଣୀ ପ୍ରଧାନ ‘ଉଚ୍ଚଡିଆଁ’, ‘୧୦୦ ମିଟର ହର୍ଡ଼ଲ ଦୌଡ଼’ ପାଇଁ ଏବଂ ଏକାଦଶ ଶ୍ରେଣୀର ଛାତ୍ର ଶୁଭମ ଦାସ କ୍ରିକେଟ ପାଇଁ ମନୋନୀତ ହୋଇଛନ୍ତି। ଛାତ୍ରୀ ଛବିରାଣୀ ଏବଂ ଛାତ୍ର ଶୁଭମ ଦାସ ଜାତୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଭଗବାନ ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

  • Related Posts

    ଭୁବନେଶ୍ୱରରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

    ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ରହିଥିବା ସର୍ବାଧିକ ୬ଟି ସୁଯୋଗକୁ ଉଠାଇ ଦିଆଯିବ। ଏହି ପରୀକ୍ଷା ଦେବା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ। ୮୦ତମ ସ୍ୱାଧୀନତା…

    Continue reading
    ଗଡମାଣତୀର ପଞ୍ଚାୟତରେ ପତାକା ଉତ୍ତୋଳନ କଲେ ଜେନ-ଜୀ

    ବେଗୁନିଆ : ଗଡମାଣତୀର ପଞ୍ଚାୟତର ସରପଞ୍ଚ କରୁଣାକର ଦଳସିଂହରାୟ ସ୍ୱାଧୀନତା ଦିବସ ଅବସରରେ ଏକ ଅଭିନବ ପ୍ରୟାସ କରିଛନ୍ତି । ସମ୍ପ୍ରତି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଜେନ-ଜୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଯୁକ୍ତ ଦୁଇର ଛାତ୍ର ଶୁଭାଶିଷ ସାମନ୍ତରାୟଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ