ଖଣି ମାଲିକଙ୍କ ଘରେ ବଡ଼ ଧରଣର ଚଢ଼ାଉ

ଭୁବନେଶ୍ୱର: ଖଣି ମାଲିକଙ୍କ ଘରେ ବଡ଼ ଧରଣର ଚଢ଼ାଉ। ୭୦ କୋଟି ଟଙ୍କାର ବକେୟା ଆଦାୟ ପାଇଁ ସମ୍ପତ୍ତି ଦଖଲ ପ୍ରକ୍ରିୟା ଜାରି। ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଖଣି କାରବାର ଓ ରାଜସ୍ଵ ଆଦାୟ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୀର୍ଘବର୍ଷ ହେଲା ଖଣି ମାଲିକ ବକେୟା ଟଙ୍କା ଡିପୋଜିଟ୍ କରୁନଥିବାରୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ଆକ୍ସନକୁ ଆସିଛି। ରାଇରଙ୍ଗପୁରର ଖଣି ମାଲିକ ଜୟ କିଶୋର ଚୌବେଙ୍କ ଘରେ ଚଢ଼ାଉ କରାଯାଇଛି ।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତହସିଲଦାର, ସଵ ରେଜିଷ୍ଟ୍ରାର, ମାଇନିଂ ଅଫିସର, ପୂର୍ତ୍ତବିଭାଗ ଯନ୍ତ୍ରୀ ଏବଂ ରାଇରଙ୍ଗପୁର ପୋଲିସର ମିଳିତ ଚଢ଼ାଉ କରିଛନ୍ତି। ଖଣି ମାଲିକଙ୍କ ଅଁଳାଡୁବାସ୍ଥ ବାସ ଭବନରେ ଚଢ଼ାଉ ହୋଇଛି ।୨୦୧୮ ମସିହାରେ ତାଙ୍କ ନାମରେ ରୁଜୁ ହୋଇଥିବା ୩୬ କୋଟି ୯୬ ଲକ୍ଷ ୨ ହଜାର ୬ ଶହ ୭୮ ଟଙ୍କା ଓ ସୁଦ୍ଧ ମିଶି ୩୦ କୋଟି ସମୁଦାୟ ୭୦ କୋଟି ୫୯ ଲକ୍ଷ ୧୫ ହଜାର ୭ ଶହ ୧୦ ଟଙ୍କାରୁ ଉର୍ଦ୍ଧ୍ବ ବାକି ପଡ଼ିଛି । ପ୍ରଶାସନ ତାଙ୍କ ଘରେ ପହଞ୍ଚି ଥିବାବେଳେ ସେ ଉପସ୍ଥିତ ନଥିଲେ। ଘର ନିଲାମ ସଂପର୍କରେ ଡ଼ାକବାଜି ଯନ୍ତ୍ର ଦ୍ବାରା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୂଚନା ଦିଆଯାଇଛି । ଶୁକ୍ରବାର ବାରିପଦାର ଖଣି ମାଲିକ ବସନ୍ତ ଦାସଙ୍କ ଘରେ ପ୍ରଶାସନ ଚଢ଼ାଉ କରିଥିବାବେଳେ ଶନିବାର ରାଇରଙ୍ଗପୁରର ଜୟକିଶୋର ଚୌବେଙ୍କ ଘରେ ପ୍ରଶାସନ ଚଢ଼ାଉ କରିଛି।

  • Related Posts

    ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ଶିଖର ଛୁଇଁଛି :ମୁଖ୍ୟମନ୍ତ୍ରୀ

    ଆଜିର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ପ୍ରେସ୍ ସମ୍ମିଳନୀରେ ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୁନ୍ ୯ ତାରିଖ ହେଉଛି ଆମ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ, ଯୁଗାନ୍ତକାରୀ ତଥା ଅଭୂତପୂର୍ବ…

    Continue reading
    ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ:ଶୁଭେନ୍ଦୁ ଅଧିକାରୀ

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା। ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ। ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପାଇବା ପରେ ଶୁଭେନ୍ଦୁ ଅଧିକାରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ