ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧିଙ୍କ ଆଲୋଚନା

ଭୁବନେଶ୍ୱର:ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ରାଷ୍ଟ୍ର ଶାଖା ନିର୍ଦ୍ଦେଶକ

ଏଲିଜାବେଥ ଫୋରେ (Elisabeth Faure, Representaive & Country Director of United Nations, World Food Programme) ସାକ୍ଷାତ କରି ରାଜ୍ୟରେ ଖାଦ୍ୟ ନିରାପତ୍ତା ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜ୍ୟରେ ଉତ୍ତମ ପୋଷଣ ଓ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସୁଦୃଢ କରିବା ସମ୍ପର୍କରେ ଉକ୍ତ ସାକ୍ଷାତ ବୈଠକରେ ଆଲୋଚନା ହୋଇଛି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ସହାୟତାରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ୍ୟ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଓଡିଶାକୁ ଖାଦ୍ୟ ନିରାପତ୍ତାର ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ କରିବା ଦିଗରେ କାର୍ଯ୍ୟ କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ସେହିଭଳି ଖାଦ୍ୟ ପୃଷ୍ଟି ନିରାପତ୍ତା ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ଖାଦ୍ୟ ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅନେକ ଅଗ୍ରଣୀ ପଦକ୍ଷେପ ଉପରେ ମନ୍ତ୍ରୀ ଶ୍ରୀ ପାତ୍ର ଅବଗତ କରାଇଥିଲେ। ସେହିଭଳି ଜନ ପୋଷଣ କେନ୍ଦ୍ର ମାଧ୍ୟମରେ ପୁଷ୍ଟିଯୁକ୍ତ ଶସ୍ୟ ଯୋଗାଣ, ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକର ସୁଦୃଢ଼ୀକରଣ ଏବଂ ହିତାଧିକାରୀ ମାନଙ୍କ ସୁବିଧା ପାଇଁ ଅଧିକରୁ ଅଧିକ ଅନ୍ନପୂର୍ତ୍ତି ତଥା ଶସ୍ୟ ଏଟିଏମ ଖୋଲିବା ଓ ଏହାର ଲୋକପ୍ରିୟତା ବୃଦ୍ଧି ଦିଗରେ ମଧ୍ୟ ଆଲୋଚନା ହୋଇଛି ।

  • Related Posts

    ଏଣିକି ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କାର୍ଯ୍ୟାନୁଷ୍ଠାନ

    ଭୁବନେଶ୍ୱର: ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍। ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି…

    Continue reading
    ତ୍ରିରଙ୍ଗା ତଳେ ଏକତାର ବାର୍ତ୍ତା, ରାଇକିଆରେ ଦେଶପ୍ରେମର ଯାତ୍ରା”

    ରାଇକିଆ: ଭାରତ ସରକାର ଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଏବଂ ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଉଜ୍ଜୀବିତ କରି ରାଇକିଆରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ରାଇକିଆ ବ୍ଲକ ଭାଜପା ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ