ଖୁଦୁରୁକୁଣି ଲିଚୁ ଲାଇଟ ଲଗାଇ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ଜୀବନ ଗଲା

ଜଗତସିଂହପୁର: ଖୁଦୁରୁକୁଣି ପୂଜା ରବିବାର ଠାରୁ ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ହେଲେ ଯଁକୋଟି ପଞ୍ଚାୟତ କୋରକୋର ଗାଁର ରୁଦ୍ର ନାରାୟଣ ସ୍ବାଇଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ଏ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ମିଳିଥିବା ସୂଚନା ଅନୁସାରେ, ଖୁଦୁରୁକୁଣି ପୂଜା ପାଇଁ ରୁଦ୍ର ନାରାୟଣ ଘରେ ଲିଚୁ ଲାଇଟ ଲଗାଉଥିଲେ। କରେଣ୍ଟ ମାରିବାରୁ ସେ ନିସ୍ତେଜ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ହସ୍ପିଟାଲରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ସୋମବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି |

  • Related Posts

    ରାଇକିଆ ମଣ୍ଡଳର ସାଂଗଠନିକ ବୈଠକ ଅନୁଷ୍ଠିତ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଭାଜପା ମଣ୍ଡଳ ପକ୍ଷରୁ ଦଡିଙ୍ଗିଆ ପଂଚାୟତ ପିସେରାମା ଠାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସଂଗଠନର ସୁଦୃଢୀକରଣ, ଆଗାମୀ କାର୍ଯ୍ୟକ୍ରମର ରୂପରେଖା…

    Continue reading
    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ