ଖୁବଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା:ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ଆହୁରି ସୁଗମ ହେବ ମହାପ୍ରଭୁଙ୍କ ଦର୍ଶନ । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଖୁବଶୀଘ୍ର ହେବ ସ୍ଲଟ୍ ବୁକିଂ ବ୍ୟବସ୍ଥା । ବଡ଼ ଦେଉଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ରାଜ୍ୟ ସରକାର ଆଲୋଚନା କରୁଛନ୍ତି ।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିରରେ ଦର୍ଶନକୁ ସୁଗମ କରିବା ପାଇଁ ବିଭିନ୍ନ ରାସ୍ତା ଆପଣା ଯାଉଛି। ଖୁବ ଶୀଘ୍ର ସ୍ଲଟ୍ ବୁକିଙ୍ଗ ମାଧ୍ୟମରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଉଭୟ ଲାଇନ ଏବଂ ସ୍ଲଟ୍ ବୁକିଂ ଦର୍ଶନ ଜାରି ରହିବ । ସ୍ଲଟ୍ ବୁକିଂ କରିଥିବା ଶ୍ରଦ୍ଧାଳୁ ମାନେ କିଭଳି ନିର୍ଦ୍ଧିଷ୍ଟ ବୁକିଂ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ତାକୁ ନଜରରେ ରଖି ଏଭଳି ବ୍ୟବସ୍ଥା ନାଇଁ ଚିନ୍ତା କରାଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ୍ ବୁକିଂ ମାଧ୍ୟମରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ୍ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି। ମ୍ୟାନେଜିଂ କମିଟି ସହିତ ଆଲୋଚନା ପରେ ସ୍ଲଟ୍ ବୁକିଂ ବ୍ୟବସ୍ଥାକୁ ନେଇ ନିଷ୍ପତ୍ତି ନିଆଯିବ । ନାଟମଣ୍ଡପକୁ ମଧ୍ୟ ଏୟାର କଣ୍ଡିସନଙ୍ଗି ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିଭଳି ଧାଡି ଦର୍ଶନକୁ ନେଇ ପ୍ରସ୍ତୁତ ଏସଓପିକୁ ଖୁବଶୀଘ୍ର ଲାଗୁ କରାଯିବ । ମନ୍ଦିରରେ ଏକାସାଙ୍ଗରେ ସାଢେ ଚାରି ହଜାରରୁ ପାଞ୍ଚ ହଜାର ଶ୍ରଦ୍ଧାଳୁ ଏକା ସମୟରେ ଦର୍ଶନ କରିପାରିବେ। ସମସ୍ତ ଜିନିଷକୁ ନଜରରେ ରଖି ଅନେକ ଯୋଜନା ପ୍ରସ୍ତୁତ କରାଯଉଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

  • Related Posts

    ‘ବିକାଶ ଅଟକିଛି, ରାଜନୀତି ବଦଳୁଛି’:ଗର୍ବିତ ଓଡ଼ିଆର ‘କେବଳ ଓଡ଼ିଶା’ ଆଲୋଚନାଚକ୍ର

    ଭୁବନେଶ୍ୱର : ‘ରାଜ୍ୟ ରାଜନୀତି ବଦଳୁଛି । ଆଗାମୀ ଦିନରେ ରାଜ୍ୟ ରାଜନୀତି ନୂଆ ମୋଡ଼ ନେବ । ଶାସକ ହୁଅନ୍ତୁ କି ବିରୋଧୀ, ସବୁଠି ଦ୍ୱନ୍ଦ୍ୱ ଓ ସଂଶୟ ଲାଗିରହିଛି । ତିନି ପ୍ରମୁଖ ଦଳରେ ଏବେ ଗୋଷ୍ଠୀକନ୍ଦଳ ଜୋର…

    Continue reading
    ବାହାର ରତ୍ନଭଣ୍ଡାରରୁ ୩ ରତ୍ନ ନିଖୋଜ, ସିଂହଦ୍ୱାର ଥାନାରେ ଏତଲା

    ପୁରୀ: ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ରତ୍ନ ଗାଏବ୍। ଆସିଛି ଏଭଳି କିଛି ସାଙ୍ଘାତିକ ଅଭିଯୋଗ। ବାହାର ରତ୍ନଭଣ୍ଡାରରୁ ତିନି ଗୋଟି ରତ୍ନ ନିଖୋଜ ଥିବା ନେଇ ଏବେ ଥାନାରେ ମାମଲା ପହଞ୍ଚିଛି। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ