ଖୁସି ଖବର : ଏକାଥରେ ମିଳିଲା ଦୁଇ ମାସର ଭତ୍ତା ରାଶି

ଭୁବନେଶ୍ବର: ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏକାଥରେ ମିଳିଲା ଦୁଇ ମାସର ଭତ୍ତା ରାଶି । ଏପ୍ରିଲ୍ ଓ ମେ ମାସର ଭତ୍ତା ହିତାଧିକାରୀଙ୍କ ଖାତାକୁ ଜମା ହୋଇଥିବା ବେଳେ, ଜୁନ୍ ମାସର ଭତ୍ତା ପ୍ରଦାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଭତ୍ତା ହିତାଧିକାରୀଙ୍କୁ ଏକାଥରେ ଏପ୍ରିଲ୍ ଓ ମେ ମାସର ଭତ୍ତା ରାଶି ପ୍ରଦାନ କରାଯାଇଛି ।
ସରକାରଙ୍କ ଏହି ପଦକ୍ଷେପ ଫଳରେ ବୃଦ୍ଧ, ଦିବ୍ୟାଙ୍ଗ, ବିଧବା ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାର ଲାଭାର୍ଥୀମାନେ ସିଧାସଳଖ ଉପକୃତ ହୋଇଛନ୍ତି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଅନୁସାରେ, ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୯୧.୫ ପ୍ରତିଶତ ଲୋକଙ୍କ ଖାତାକୁ ଏକାଥରେ ଦୁଇ ମାସର ଭତ୍ତା ଜମା କରାଯାଇଛି । ବାକି ହିତାଧିକାରୀଙ୍କ କ୍ଷେତ୍ରରେ ବ୍ୟାଙ୍କିଙ୍ଗ ଓ ବୈଷୟିକ ପ୍ରକ୍ରିୟା ଶେଷ ହେବା ପରେ ଅର୍ଥରାଶି ପ୍ରଦାନ କରାଯିବ । ସେପଟେ ଜୁନ୍ ମାସର ଭତ୍ତା ବଣ୍ଟନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାରେ ଭତ୍ତା ରାଶି ପହଞ୍ଚାଇବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା କଥା ମନ୍ତ୍ରୀ କହିଛନ୍ତି ।

  • Related Posts

    ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା : ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ।…

    Continue reading
    ଇଞ୍ଜିନିୟରମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ

    ବିଗତ କିଛିମାସ ଧରି ଭିଜିଲାନ୍ସ ଜାଲରେ ମାଳମାଳ ଇଞ୍ଜିନିୟର ଧରାପଡ଼ିବା ପରେ ରାଜ୍ୟ ସରକାର ଓଡ଼ିଶା ଇଞ୍ଜିନିୟରିଂ ସେବା(ଓଇଏସ) ଓ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା(ଓଡ଼ିଇଏସ) କ୍ୟାଡ଼ରର ଅଧିକାରୀମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ କରିଛନ୍ତି। ୨୦୧୯ ସେପ୍ଟେମ୍ବର ୨୪ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ