ଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ ଫ୍ଲୁ

ଖୋର୍ଦ୍ଧା: ବାର୍ଡ ଫ୍ଲୁ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ଜିଲାକୁ ବ୍ୟାପିଛି। ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ କୁକୁଡ଼ା ମଡ଼କ ଦେଖାଯାଉଛି। ଜଙ୍କିଆ ଅଞ୍ଚଳରୁ ସଂଗୃହୀତ ନମୁନାରେ ବାର୍ଡ଼ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିବା ପରେ ଗୁରୁବାର ସେଠାରେ ସମୂହ କୁକୁଡ଼ା ନିପାତ ଅଭିଯାନ ଆରମ୍ଭ ହୋଇଛି। ମୁଣ୍ଡାଆମ୍ବରେ ଥିବା ପୁଷ୍ପାଞ୍ଜଳି ରାଉତରାୟଙ୍କ ଫାର୍ମରୁ ଗୁରୁବାର ୪୫୦୭ କୁକୁଡ଼ା ମରାଯାଇଥିବା ଖୋର୍ଦ୍ଧା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ୟ୍ୟାଳୟରୁ ସୂଚନା ଦିଆଯାଇଛି। କୁକୁଡ଼ା ମାରିବାକୁ କନ୍ଧମାଳରୁ ୩ ଓ ଢେଙ୍କାନାଳରୁ ୨ଟି ରାପିଡ୍‌ ରେସ୍‌ପନ୍ସ ଟିମ୍ ଆସିଛନ୍ତି। ପ୍ରତି ଟିମ୍‌ରେ ଜଣେ ପ୍ରାଣୀ ଚିକିତ୍ସକ, ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ ସହ ସହାୟକ ଅଛନ୍ତି। ମୃତ କୁକୁଡ଼ାଙ୍କୁ ଫାର୍ମ ପରିସରରେ ଗାତ ଖୋଳି ପୋତି ଦିଆଯାଇଛି। ଶୁକ୍ରବାର ମୁଣ୍ଡାଆମ୍ବଠାରୁ ଏକ କିମି ମଧ୍ୟରେ ଥିବା ସମସ୍ତ କୁକୁଡ଼ାଙ୍କୁ ନିପାତ କରାଯିବ। ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ପାଇଁ ଜିଲା ପ୍ରାଣୀ ଚିକିତ୍ସା ବିଭାଗ ତତ୍ପରତା ଦେଖାଇଛି। ପୂର୍ବରୁ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରୁ କୁକୁଡ଼ାଙ୍କର ମଳ ନମୁନା ସଂଗ୍ରହ କରି ଫୁଲନଖରା ସ୍ଥିତ ରାଜ୍ୟ ଲାବୋରେଟୋରୀକୁ ପଠାଯାଇଥିଲା। ଏଠାରୁ ବାର୍ଡ ଫ୍ଲୁ ସନ୍ଦେହ ହେବାରୁ ଭୋପାଳ ଲାବୋରେଟୋରୀକୁ ନମୁନା ପଠାଯାଇଥିଲା। ମୁଣ୍ଡାଆମ୍ବରେ ବାର୍ଡ଼ ଫ୍ଲୁ ଭୂତାଣୁ ଜଣାପଡ଼ିବା ପରେ ଗୁରୁବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନିଷ୍ପତ୍ତି ଅନୁଯାୟୀ କୁକୁଡ଼ାମରା ଅଭିଯାନ ଆରମ୍ଭ ହୋଇଛି। ଜିଲାରେ ୧୧୦୦ଟି ଫାର୍ମ ଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଯେଉଁଠାରେ ସରକାର କୁକୁଡ଼ା ମାରିବେ ଚାଷୀକୁ ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରବୀନ୍ଦ୍ର ପଟ୍ଟନାୟକ କହିଛନ୍ତି।

  • Related Posts

    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading
    ଓସିଏସ ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ

    ଏଣିକି ଓଡ଼ିଶା ସିଭିଲ୍ ସର୍ଭିସେସ୍-OCS ପରୀକ୍ଷାରେ ଆଉ ରହିବନି ୬ଟି ସୁଯୋଗ। ଆଶାୟୀମାନେ ସେମାନଙ୍କ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ। ସାଧାରଣ ବର୍ଗ ପାଇଁ ସର୍ବୋଚ୍ଚ ବୟସସୀମା ୪୨ ବର୍ଷ, ମହିଳା ଓ ସଂରକ୍ଷିତ ବର୍ଗ ପାଇଁ ୪୭ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ