ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ପାଦ ଛୁଇଁ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ହାଇସ୍କୁଲର ଡାଇମଣ୍ଡ ଜୁବିଲି ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସଭାରେ ନିଜ ସମୟରେ ପାଠ ପଢ଼ାଉଥିବା ଶିକ୍ଷକ ମାନଙ୍କୁ ସମ୍ମାନିତ କରିଥିଲେ । ସଭା ଉପରେ ମୁଣ୍ଡିଆ ମାରି ଗୁରୁମାନଙ୍କୁ ପ୍ରଣାମ କରିଥିଲେ ।
କେନ୍ଦୁଝର ଗସ୍ତର ଶେଷ ଦିନ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ପଢୁଥିବା ଝୁମ୍ପୁରା ହାଇସ୍କୁଲ ଡାଇମଣ୍ଡ ଜୁବିଲି ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବହୁ ଶିକ୍ଷକଙ୍କ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜେ ପଢୁଥିବା ୨ ଜଣ ଶିକ୍ଷକଙ୍କ ପାଦଛୁଇଁ ପ୍ରଣାମ କରିଥିଲେ ।
‘କେବଳ ଜଣେ ପୁରାତନ ଛାତ୍ର ଭାବରେ ନୁହେଁ ବରଂ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ମୁଁ ମୋ ସ୍କୁଲ ପାଇଁ ଗର୍ବିତ’ । ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ଦେଇ କହିଥିଲେ । ଅଭିଭାଷଣ ଦେବା ସମୟରେ ମୁଖ୍ୟମନ୍ତ୍ରୀ ପୁରୁଣା ସ୍ମୃତି ଚାରଣା କରି ଭାବବିହ୍ଵଳ ହୋଇପଡିଥିଲେ । ନିଜ ଗୁରୁ ମାନଙ୍କୁ ପାଖରେ ଦେଖି ମୁଖ୍ୟମନ୍ତ୍ରୀ ପାଦଛୁଇଁ ପ୍ରଣାମ କରିଥିଲେ । ଏହା ସହିତ ସମସ୍ତ ଶିକ୍ଷକଙ୍କୁ ଏବଂ ସହପାଠୀଙ୍କୁ ସମ୍ମାନିତ କରିଥିଲେ । ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ପୁରାତନ ଶିକ୍ଷକ, ସଫଳ ପୁରାତନ ଛାତ୍ର ଓ ବର୍ତ୍ତମାନର ସଫଳ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।
ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କରାଯାଇଛି । ଏହି ଅର୍ଥ ବିଦ୍ୟାଳୟର ବହୁବିଧ ଉନ୍ନତିକରଣରେ ଖର୍ଚ୍ଚ ହେବ । ବିଦ୍ୟାଳୟରେ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିଅମ୍, ବହୁ ମହଲା ବିଶିଷ୍ଟ ବିଲ୍ଡିଂ, ଇଣ୍ଡୋର ଗେମ୍ ଫାସିଲିଟି, ସ୍କୁଲ ପାଚେରୀ, ସାଇକେଲ ଷ୍ଟାଣ୍ଡ ସମେତ ବିଭିନ୍ନ ଆବଶ୍ୟକୀୟ ସୁବିଧା ନିର୍ମାଣ ପାଇଁ ଏହି ଅର୍ଥ ବିନିଯୋଗ ହେବ ।

  • Related Posts

    ଛାତ୍ରୀଙ୍କୁ ନିର୍ୟାତନା: ପଦରୁ ହଟିଲେ ଓଡ଼ିଆ ବିଭାଗ ଏଚ୍‌ଓଡି

    ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ନିର୍ୟାତନା ଦେବା ଅଭିଯୋଗରେ ଫକୀର ମୋହନ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।ଏହି ମାମଲାକୁ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ…

    Continue reading
    ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

    ରାସଗୋବିନ୍ଦପୁର: ଦୁଇ ଦିନ ତଳେ ସକାଳେ ପଖାଳ ଭାତ ଓ ଆଳୁ ଚଟଣୀ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ