ଗୃହମନ୍ତ୍ରୀଙ୍କ ‘ଉଲଟା ଲଟକା କେ ମାରେଙ୍ଗ’ କଥନର ପ୍ରତିଫଳନ ସୌମ୍ୟ ରଞ୍ଜନ ହତ୍ୟା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଜଣେ ଯୁବକକୁ ଅତ୍ୟନ୍ତ ଅମାନୁଷିକ ଭାବରେ ପୁଲିସ ଉପସ୍ଥିତିରେ ଭିଡ଼ ମାଡ ମାରି ହତ୍ୟା କରିବା ଘଟଣାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି,ପିସିସିର ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ମୁଖପାତ୍ର ରଜନୀ ମହାନ୍ତି ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଯୋଗ ଦେଇଥିଲେ l
ଶ୍ରୀ ସାଲୁଜା ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଷୋଦ୍ଗାର କରି କହିଥିଲେ ଯେ, ବାଲିଅନ୍ତା ଘଟଣାକୁ ନିନ୍ଦା କରିବା ପାଇଁ ଆମ ପାଖରେ ଭାଷା ନାହିଁ l ଯେଉଁ ପୋଲିସ ସୁରକ୍ଷା ଦେବା କଥା ସେ ଛିଡା ହୋଇ ତାମସା ଦେଖୁଛି, ଏହା ଠାରୁ ବଳି ଲଜ୍ୟାଜନକ ଘଟଣା କଣ ଅଛି l ବିଜେପି ସରକାର ଚଳାଇବାକୁ ଅଯୋଗ୍ୟ ବର୍ତମାନ ସାରା ରାଜ୍ୟବାସୀ ଜାଣି ସାରିଲେଣି l
ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଲେ ପୋଲିସ ଚାହିଁଥିଲେ 10 ମିନିଟରେ ବାଲିଅନ୍ତା ପୁଲିସ ଫୋର୍ସ ଆସି ଭିଡକୁ ନିୟନ୍ତ୍ରଣ କରି ପାରିଥାନ୍ତେ କିନ୍ତୁ ପୋଲିସ କଲାନାହିଁ କାହିଁକି? ଡିଜି ମହାଶୟଙ୍କୁ ଏହାର ଉତ୍ତର ନିଶ୍ଚୟ ଦେବାକୁ ପଡ଼ିବ l
ମୃତ ସୌମ୍ୟ ରଞ୍ଜନଙ୍କୁ ଭିଡ଼ ମାଡମାରି ପଶୁଙ୍କ ଭଳିଆ ହାତ ଗୋଡ଼ ଠେଙ୍ଗାରେ ବାନ୍ଧି ଝୁଲାଇ ଦେଇଥିଲେ l ସ୍କୁଟି ଯୋଗେ ଯାଉଥିବା ଭିଙ୍ଗାରପୁର ଦୁଇଜଣ ଯୁବତୀଙ୍କ ସାଥିରେ କଟକ ଓଲଟପୁର ଅଞ୍ଚଳର ସୌମ୍ୟ ରଞ୍ଜନଙ୍କ ଗାଡି ଧକ୍କା ହୋଇଥିଲା ଏବଂ ଏହି ସାମାନ୍ୟ ଘଟଣାରୁ ବଚସା ହୋଇ ନିର୍ଧୁମ ମାଡ଼ ମାରି ହତ୍ୟା ପର୍ଯ୍ୟନ୍ତ କଥା ଗଲା l
ଆଇନ ଶୃଙ୍ଖଳାକୁ କାହାରି ଖାତିର ନାହିଁ l ଗୃହମନ୍ତ୍ରୀ “ଉଲଟା ଲଟକା କେ ମାରେଙ୍ଗେ” ବୋଲି ଭାଷଣ ଦେଉଛନ୍ତି ଏବଂ ଲୋକେ ତାହାର ଅନୁସରଣ କରୁଛନ୍ତି l ଏହା ତାହାର ଜ୍ୱଳନ୍ତ ଉଦାହରଣ l
ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି କିନ୍ତୁ ଓଡିଶା ଆଜି ସମ୍ପୂର୍ଣ ଅଶାନ୍ତ l ସାରା ରାଜ୍ୟରେ ସାମଗ୍ରିକ ବିକାଶ ପରିବର୍ତ୍ତେ ଏକ ଭୟର ଏବଂ ଗୁଣ୍ଡାରାଜର ବିକାଶ ହେଇଛି l ଏହା ହେଉଛି ବିଜେପି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ବୋଧହୁଏ l କଣାସରେ ଘଟିଥିବା ମର୍ମନ୍ତୁଦ ହତ୍ୟା ଘଟଣାକୁ 5 ଦିନ ନପୂରୁଣୁ ଓ ରାଜ୍ୟବାସୀଙ୍କ ମନରୁ ନ ଲିଭୁଣୁ ପୁଣି ଏଭଳି ଏକ ଦାରୁଣ ଘଟଣା ପୋଲିସର ଦକ୍ଷତା ଉପରେ ଗଭୀର ଅବିଶ୍ୱାସ ସୃଷ୍ଟି କରିଛି l
ବାଲିଅନ୍ତା କମିଶନରେଟ ପୋଲିସ ସୀମାର ଅନ୍ତର୍ଗତ ଏବଂ ଘଟଣା ଘଟିବା ସ୍ଥାନ ରାଜଧାନୀରୁ ମାତ୍ର 5/6 କିମି ଦୂର ହେବ l ପୋଲିସ ଉପସ୍ଥିତ ଥାଇ କାହିଁକି ଘଟଣା ଘଟିଲା ? ପର୍ଯ୍ୟାପ୍ତ ପୋଲିସ ଫୋର୍ସ ଡକାଯାଇ କାହିଁକି ଭିଡ଼ ନିୟନ୍ତ୍ରଣ କରାଗଲା ନାହିଁ ? କାହିଁକି ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ଏସବୁର ଉତ୍ତର ପୋଲିସକୁ ଦେବାକୁ ପଡ଼ିବ ବୋଲି ଶ୍ରୀ ମହାନ୍ତି ଦାବୀ କରିଥିଲେ l
ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ, ବାରମ୍ବାର ଏଭଳି ନିଷ୍ଠୁର ଅମାନବୀୟ ଘଟଣା ଘଟୁଥିଲେ ସୁଦ୍ଧା ପୋଲିସ କାହିଁକି ସକ୍ରିୟ ହେଉନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଯେଉଁ ଶାସକ ଦଳର ମନ୍ତ୍ରୀ ବିଧାୟକ ଠେଙ୍ଗାର ଶାସନ ହେବ ବୋଲି ଖୋଲାଖୋଲି କହୁଛନ୍ତି ସେମାନଙ୍କଠାରୁ ଶାନ୍ତି ଆଶା କରିବା ବୃଥା l ମୁଖ୍ୟମନ୍ତ୍ରୀ ରେଡ କାର୍ପେଟ ସ୍ୱାଗତ ଇଟିଙ୍ଗ ସିଟିଙ୍ଗ ମିଟିଙ୍ଗ ଛାଡି ତୁରନ୍ତ ଆଇନ ଶୃଙ୍ଖଳା ସଜଡ଼ାନ୍ତୁ ନଚେତ କଂଗ୍ରେସ ଆନ୍ଦୋଳନାତ୍ମକ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଥିଲେ l

  • Related Posts

    ପ୍ରତ୍ୟେକ ଶିଳ୍ପାନୁଷ୍ଠାନ ପାଚେରୀ ବାହାରେ ଗରିବଙ୍କ ଛପର ଘର : ଭକ୍ତ

    ଭୁବନେଶ୍ୱର: ବିସ୍ଥାପିତ ଓ ଆଦିବାସୀଙ୍କ ଜଳ ଜମି ଜଙ୍ଗଲ ସୁରକ୍ଷା ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ବିଗତ ମଇ 6 ତାରିଖରୁ ଢ଼ିଙ୍କିଆରୁ ଆରମ୍ଭ ହୋଇଥିବା ଗାନ୍ଧିପଥେ ନ୍ୟାୟ ପଦଯାତ୍ରା ଆଜି 14 ତାରିଖରେ ଭୁବନେଶ୍ୱର ପହଞ୍ଚି ଲୋୟର ପିଏମଜି ଛକରେ…

    Continue reading
    ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ

    ଭୁବନେଶ୍ୱର: ନିକଟ ଅତୀତରେ ରାଜ୍ଯରେ ଶିଳ୍ପାୟନ ନାମରେ ବିସ୍ତାପନ କରାଯାଇ ହଜାର ହଜାର ଆଦିବାସୀ ପରିବାରକୁ ଗୃହଶୂନ୍ୟ କରି ଦିଆଯାଇ ଏକ ଯାତନାପୂର୍ଣ୍ଣ ଜୀବନ ବଞ୍ଚିବାକୁ ବାଧ୍ୟ କରାଯାଉଛି। ଏବଂ ଶିଳ୍ପ ସଂସ୍ଥା ଗୁଡିକୁ ଜଳ ଜଂଗଲ ଜମିର ଅଧିକାର ଦିଆଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ