ଗୋ-ମାଫିଆଙ୍କୁ ଗୁପ୍ତ ସୂଚନା ଲିକ୍ : ଏଏସଆଇ, କନଷ୍ଟେବଳ ନିଲମ୍ୱିତ

ବାରିପଦା : ଗୋ-ମାଫିଆଙ୍କୁ ଗୁପ୍ତ ସୂଚନା ଲିକ୍ କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଏଏସଆଇ ଏବଂ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ଜଣେ ହୋମଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଥାନାର ଏଏସଆଇ ରଞ୍ଜିତ ନାୟକ, କନଷ୍ଟେବଳ ଆଶିଷ ନାୟକଙ୍କୁ ନିଲମ୍ୱନ କରାଯାଇଛି । ହୋମଗାର୍ଡ ସୁବ୍ରତ ପାଢ଼ୀଙ୍କୁ ୩୦ ଦିନ ମଧ୍ୟରେ ନିଜ ପକ୍ଷ ରଖିବା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ପୂର୍ବାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶରେ ଗତ ଜୁନ୍ ୧୩ ତାରିଖରେ ଗୋ-ମାଫିଆଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଚଢ଼ାଉ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି କ୍ରମରେ ଝାରପୋଖରିଆ ଥାନା ଅନ୍ତର୍ଗତ ଦୁଇଟି ସ୍ଥାନରେ ଚଢ଼ାଉ କରିବାକୁ ପୋଲିସ ଯାଇଥିଲା । ମାତ୍ର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ ସମୟରେ ପୋଲିସକୁ କୌଣସି ସଫଳତା ମିଳିନଥିଲା । ଗୋ-ମାଫିଆମାନେ ପୂର୍ବରୁ ଫେରାର ହୋଇଯାଇଥିଲେ, ଯାହାକୁ ନେଇ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ମନରେ ସନ୍ଦେହ ହୋଇଥିଲା ।

ଘଟଣାର ପ୍ରାଥମିକ ତଦନ୍ତ ପରେ ଜଣାପଡ଼ିଥିଲା ଯେ, ବିଭାଗର କିଛି କର୍ମଚାରୀ ହିଁ ଗୋ-ମାଫିଆଙ୍କୁ ଚଢ଼ାଉ ସମ୍ପର୍କିତ ସମସ୍ତ ଗୁପ୍ତ ସୂଚନା ଆଗୁଆ ଲିକ୍ କରିଦେଇଥିଲେ । ଆଇଆଇସି ଓ ଏସଡିପିଓଙ୍କ ରିପୋର୍ଟ ଆଧାରରେ ଏସପି ଏହି ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

  • Related Posts

    ପ୍ରଣବଙ୍କ ବିୟୋଗରେ ମୋହନଙ୍କ ଶୋକପ୍ରକାଶ

    ଭୁବନେଶ୍ୱର:ଆଉ ନାହାନ୍ତି ଓଡ଼ିଶା ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଆଜି ୮୮ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ବେତାଜ ବାଦଶାହ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଆଜି…

    Continue reading
    ପରଲୋକରେ ପ୍ରଣବ ପଟ୍ଟନାୟକ

    ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି ।ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧୧.୩୦ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ