ଗ୍ରାମୀଣ ଆବାସ ଯୋଜନାରେ ରାଇକିଆ ବ୍ଲକ ଶ୍ରେଷ୍ଠ,“ଆବାସରୁ ଆତ୍ମବିଶ୍ୱାସ—ଗ୍ରାମୀଣ ବିକାଶରେ ରାଇକିଆର ଶ୍ରେଷ୍ଠତା।”

ରାଇକିଆ: ଗ୍ରାମୀଣ ଆବାସ ଯୋଜନାର ୨୦୨୫-୨୬ ବର୍ଷ ର ସଫଳ ରୂପାୟଣ କ୍ଷେତ୍ରରେ କନ୍ଧମାଳ ଜିଲ୍ଲାରେ ରାଇକିଆ ବ୍ଲକ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଗରିବ ଓ ଆବାସହୀନ ପରିବାରଙ୍କୁ ସ୍ଥାୟୀ ଆବାସ ଯୋଗାଇବା ଦିଗରେ ବ୍ଲକ ପ୍ରଶାସନର ଏହି ସଫଳତାକୁ ନେଇ ସାଧାରଣରେ ଖୁସି ପ୍ରକାଶ ପାଇଛି।
ଏହି ଉଲ୍ଲେଖନୀୟ ସଫଳତା ପାଇଁ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁ ଜିଲ୍ଲା ପ୍ରଶାସନ, ରାଇକିଆ ଗ୍ରାମୀଣ ଆବାସ ଟିମ୍‌ ସମେତ ଯୋଜନାର ସଫଳ ରୂପାୟଣରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବ୍ଲକ ଆବାସ ସଂଯୋଜକ କମଲ ପ୍ରସାଦ ନାୟକଙ୍କ ସମେତ ଗ୍ରାମୀଣ ଆବାସ ଟିମ୍‌ର ସମସ୍ତ ସଦସ୍ୟଙ୍କ ନିଷ୍ଠାପର ପ୍ରୟାସ ଓ ସମନ୍ୱିତ କାର୍ଯ୍ୟ ଯୋଗୁଁ ରାଇକିଆ ବ୍ଲକ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ହାସଲ କରିପାରିଛି ବୋଲି ସେ କହିଛନ୍ତି।
ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ଆବାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ନିୟମିତ ନଜର ରଖିବା ଏବଂ ହିତାଧିକାରୀଙ୍କୁ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ଦେବାରେ ବ୍ଲକ ଆବାସ ସଂଯୋଜକ କମଲ ପ୍ରସାଦ ନାୟକଙ୍କ ସମେତ ଟିମ୍‌ର ସଦସ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଜଣାପଡ଼ିଛି।
ଆଗାମୀ ଦିନରେ ମଧ୍ୟ ରାଇକିଆ ବ୍ଲକର ସର୍ବାଙ୍ଗୀନ ଉନ୍ନତି ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ଡ଼ଃ ସାହୁ ମତ ପ୍ରକାଶ କରିଛନ୍ତି। ଏହି ସଫଳତା ରାଇକିଆ ବ୍ଲକର ବିକାଶମୁଖୀ କାର୍ଯ୍ୟଧାରାକୁ ଆହୁରି ଗତିଶୀଳ କରିବ ବୋଲି ଆଶା ପ୍ରକାଶ ପାଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ