ଚତୁର୍ଥ ମହିଳା ଟି୨୦: ଶ୍ରୀଲଙ୍କା ପୁଣି ପରାସ୍ତ, ଭାରତ ୪-୦ରେ ଆଗୁଆ

ତିରୁୱନନ୍ତପୁରମ୍‌: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ କମ୍‌ ସ୍କୋର୍‌ ବିଶିଷ୍ଟ ଓ ଏକତରଫା ହୋଇଥିଲା। ହେଲେ ରବିବାର ଚତୁର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ରନ୍‌ ବର୍ଷା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ମୋଟ ୪୧୨ ରନ୍‌ ହୋଇଥିବା ବେଳେ ଭାରତ ୩୦ ରନ୍‌ରେ ବିଜୟୀ ହୋଇଛି। ଦୁଇ ଓପ୍‌ନର ଶେଫାଳି ବର୍ମା ଓ ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପ​‌େ​‌ର ରିଚା ଘୋଷଙ୍କ ଦ୍ରୁତ ୪୦ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଭାରତୀୟ ମହିଳା ଦଳ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ତା’ର ସର୍ବାଧିକ ୨ ୱିକେଟ୍‌ରେ ୨୨୧ ରନ୍‌ କରିଥିଲା। ପରେ ଚମାରି ଅଟ୍ଟାପଟୁଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଶ୍ରୀଲଙ୍କା ୬ ୱିକେଟ୍‌ରେ ୧୯୧ ରନ୍‌ କରି ପାରିଥିଲା। ପୂର୍ବରୁ ଶୃଙ୍ଖଳା ଜିତି ସାରିଥିବା ଭାରତ ଏହି ବିଜୟ ପରେ ୪-୦ରେ ଆଗୁଆ ହୋଇଛି।

ଟସ୍ ଜିତି ଶ୍ରୀଲଙ୍କା ଫିଲ୍‌ଡିଂ କରିଥିଲା। ପ୍ରଥମ ଓଭରରୁ ହିଁ ଦୁଇ ଭାରତୀୟ ଓପ୍‌ନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୬ ଓଭରର ପାୱରପ୍ଲେରେ ଭାରତ ୬୧ ରନ୍‌ କରିଥିଲା। ଭାରତ ପ୍ରଥମ ୧୦ ଓଭରରେ ୮୫ ରନ୍‌ କରିଥିବା ବେଳେ ଶେଷ ୧୦ ଓଭରରେ ୧୩୬ ରନ୍‌ ସ୍କୋର୍‌ କରି ପାରିଥିଲା। ପ୍ରଥମେ ଶେଫାଳି ବର୍ମା ୩୦ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ବାମହାତି ସ୍ମୃତି ମାନ୍ଧାନା ୩୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଦୁହେଁ ଶତକରୁ ବଞ୍ଚିତ ହୋଇଥିଲେ। ଦୁହେଁ ୧୬ଶ ଓଭରରେ ୧୬୨ ରନ୍‌ର ଭାଗୀଦାରି କରିଥିଲେ। ୧୬୨ ରନ୍‌ କେବଳ ଓପ୍‌ନିଂ ନୁହେଁ; ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଯେକୌଣସି ୱିକେଟ୍‌ ପାଇଁ ଭାରତର ସର୍ବାଧିକ ରନ୍‌ର ଭାଗୀଦାରି। ଶେଫାଳି ବର୍ମା ୪୬ ବଲ୍‌ରୁ ଗୋଟିଏ ଛକା ଓ ୧୨ଟି ଚୌକା ସହ ୭୯ ରନ୍‌କରି ବିଦାୟ ନେଇଥିଲେ। ଦୀର୍ଘ ଦିନ ପରେ ଗତ ବିଶ୍ବକପ୍‌ରେ ଭାରତୀୟ ଦଳକୁ ଫେରିବା ପରେ ଶେଫାଳି ୧୦, ୮୭, ୯, ଅପରାଜିତ ୬୯, ଅପରାଜିତ ୭୯ ଓ ୭୯ ରନ୍‌ କରିଛନ୍ତି। ସ୍ମୃତି ମାନ୍ଧାନା ୪୮ ବଲ୍‌ରୁ ୩ଟି ଛକା ଓ ୧୧ଟି ଚୌକା ସହ ୮୦ ରନ୍‌କରି ଆଉଟ୍‌ ହୋଇଥିଲେ। ରିଚା ଘୋଷ କ୍ରିଜ୍‌କୁ ଆସିବା ମାତ୍ରେ ବାଉଣ୍ଡରୀ ବର୍ଷା କରିଥିଲେ। ରିଚା ଓ ଅଧିନାୟିକା ହରମନପ୍ରୀତ କୌର ଶେଷ ୨୩ ବଲ୍‌ରୁ ଅବିଭାଜିତ ୩ୟ ୱିକେଟ୍‌ ପାଇଁ ୫୩ ରନ୍‌ ଯୋଡ଼ିଥିଲେ। ରିଚା ଘୋଷ ମାତ୍ର ୧୬ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୪୦ ରନ୍‌କରି ଅପରାଜିତ ଥିଲେ। ହରମନପ୍ରୀତ କୌର ୧୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍‌କରି ଅପରାଜିତ ଥିଲେ।
୨୨୨ ରନ୍‌ ଲକ୍ଷ୍ୟରେ ଶ୍ରୀଲଙ୍କା ମହିଳା ଦଳ ଆରମ୍ଭରୁ ଓଭର ପିଛା ୧୦ରୁ ଅଧିକ ରନ୍‌ ଗତିରେ ସ୍କୋର୍‌ କରିଥିଲା। ଓପ୍‌ନିଂ ଯୋଡ଼ି ୩୨ ବଲ୍‌ରୁ ୫୯ ରନ୍‌ କରିଥିଲା। ହାସିନୀ ପରେରା ୨୦ ବଲ୍‌ରୁ ୭ଟି ଚୌକା ସହ ୩୩ ରନ୍‌ କରି ବିଦାୟ ନେଇଥିଲେ। ଅଧିନାୟିକା ଚମାରି ଅଟ୍ଟପଟୁ ୩୭ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୨ ରନ୍‌ କରି ଆଉଟ ହୋଇଥିଲେ। ମଧ୍ୟକ୍ରମରେ ଶ୍ରୀଲଙ୍କାର ବ୍ୟାଟର ଉପଯୋଗୀ ଯୋଗଦାନ କରିଥିଲେ ହେଁ କେହି ବଡ଼ ସ୍କୋର୍‌ କରି ପାରିନଥିଲେ। ଇମେଶା ଦୁଲାନି ୨୮ ବଲ୍‌ରୁ ୨୯, ହର୍ଷିତା ସମରବିକ୍ରମ ୧୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୦ ଏବଂ କବିଷା ଦିଲ୍‌ହାରି ୧୩ ରନ୍‌ କରିଥିଲେ। ନିଳାକ୍ଷିକା ସିଲ୍‌ଭା ୧୧ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍‌କରି ଅପରାଜିତ ଥିଲେ। ଅରୁନ୍ଧତୀ ରେଡ୍‌ଡୀ ଓ ବୈଷ୍ଣବୀ ଶର୍ମା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସ୍ମୃତି ମାନ୍ଧାନା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ