ଚାକିରି​‌ରେ ଯୋଗଦେଲେ ଧିମାନ ଚକମା

ଭୁବନେଶ୍ୱର: ଜେଲରୁ ଫେରିବା ପରେ ଆଇଏଏସ୍ ଧୀମାନ ଚକମା ପୁଣି ଚାକିରିକୁ ଫେରିଛନ୍ତି। ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ମିଳିଛି। ସୂଚନା ଅନୁଯାୟୀ, ରାଜ୍ୟର ବହୁ ଚର୍ଚ୍ଚିତ ଭିଜିଲାନ୍ସ ମାମଲାରେ ଏବର୍ଷ ବହୁତ ଚର୍ଚ୍ଚାରେ ଥିଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ ତଥା ଆଇଏଏସ ଧୀମାନ ଚକମା ଧରାପଡ଼ିବା ଘଟଣା । ତାଙ୍କ ଜାମିନ ନାମଞ୍ଜୁର ହେବା ସହ ଜେଲ ଯିବାକୁ ପଡ଼ିଥିଲା । ଜଣେ ଆଇଏଏସ ଭିଜିଲାନ୍ସ ମାମଲାରେ ଜେଲଯିବା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ୨୦୨୫ ଜୁନ ୮ତାରିଖ ରାତିରେ ଭିଜିଲାନ୍ସ ଟିମ୍ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ଚଢଉ କରିଥିଲା । ଲଘୁଖଣି ବ୍ୟବସାୟୀ ହର୍ଷ ବର୍ଦ୍ଧନ ବେହେରାଙ୍କ ଅଭିଯୋଗକ୍ରମେ ଏହି ଚଢ଼ଉ ହୋଇଥିଲା । ଶ୍ରୀ ବେହେରାଙ୍କ ଜୟପାଟଣା କ୍ରସରକୁ ଚଲାଇ ନଦେବା ପାଇଁ ଉପଜିଲ୍ଲାପାଳ ଧୀମାନ ଚକମା ଭୟଭୀତ କରିଥିଲେ । କ୍ରସରର ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ୨୦ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତାହାର ପ୍ରଥମକିସ୍ତି ଦେବାକୁ କ୍ରସର ମାଲିକ ରାତିରେ ସରକାରୀ ବାସଭବନ ପହଞ୍ଚିଥିଲେ । ତାଙ୍କ ସହ ପୂର୍ବ ପ୍ରସ୍ତୁତିରେ ଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସି ରାସାୟନିକ ବୋଳା ଶହେ ଟଙ୍କିଆ ନୋଟ୍ ୨୬ଟି ବିଡ଼ାରେ ୧୦ଲକ୍ଷ ଲାଞ୍ଚ ଟଙ୍କା ଜବତ କରିଥିଲା । ପରବର୍ତ୍ତି ଯାଞ୍ଚରେ ୪୭ଲକ୍ଷ ୪୭ହଜାର ୬୦୦ଟଙ୍କା ମଧ୍ୟ ଜବତ ହୋଇଥିଲା ।

ଧିମାନଙ୍କ ତ୍ରିପୁରା ସ୍ଥିତ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଏଠାରୁ ମଧ୍ୟ ଭିଜିଲାନ୍ସ ଅନେକ ତଥ୍ୟ ମିଳିଥିଲା ।ତେବେ ଭିଜିଲାନ୍ସ ହାତରେ ଧରାପଡିବା ପରେ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ଏବେ ପୁଣି ସେ ଚାକିରିରେ ଯୋଗ ଦେଇଛନ୍ତି। ରାଜସ୍ୱ ବିଭାଗରେ ଉପ ସଚିବ ଭାବେ ତାଙ୍କୁ ମେ ମାସ ୨୧ ତାରିଖରେ ନିଯୁକ୍ତି ମିଳିବା ପରେ ଏବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ