ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା ନିଜ ରାଜ୍ୟରେ ହେଉଥିବା ହୋମ ଗାର୍ଡ ଚାକିରୀର ଟ୍ରାଏଲ ରନ୍ ରେ ଏହି କମାଲ କରି ଦେଖାଇଛନ୍ତି । ସେ ଦୌଡୁ ଥିବା ସମୟରେ ପୂରା ଷ୍ଟାଡିୟମ କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଥିଲା । ଏହି ସମୟରେ କେହି ଜଣେ ଉଠାି ଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଛି । ଏହି ମହିଳାଙ୍କ ନାମ କବିତା କୁମାରୀ,୨୦୨୩ରେ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ୩ ପିଲା ଓ ଶାଶୁ ଘର ଲୋକଙ୍କ ସବୁ ଦାୟିତ୍ୱ ସେ ତୁଲାଉଛନ୍ତି। ଏକ ହୋମଗାର୍ଡ ଚାକିରି ତାଙ୍କ ଭାଗ୍ୟ ବଦଳାଇ ପାରେ । ସୂଚନା ଅନୁସାରେ ଝାଡଖଣ୍ଡର ରାମଗଡ ଜିଲ୍ଲାର ୨୮୪ଟି ହୋମଗାର୍ଡ ନିଯୁକ୍ତି ପାଇଁ ଚଳିତ ବର୍ଷ ଏପ୍ରିଲ ମାସରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଯେଉଁଥିରେ ୧୬ ହଜାରରୁ ଅଧିକ ଆବେଦନ ମିଳିଥିଲା । ନିଯୁକ୍ତିର ପ୍ରଥମ ପର୍ଯ୍ୟାୟରେ ୧୬୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଏବଂ ସଟ୍ପୁଟ୍ ସହ ଶାରୀରିକ ପରୀକ୍ଷା କରାଯିବା ପରେ ଲିଖିତ ପରୀକ୍ଷା ହେବ ।
ରିଲିଜ୍ର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ’ ସିନେମା
ଭାରତରେ ‘ରାମାୟଣ ପାର୍ଟ ୧’ର ଅଫିସିଆଲ୍ ରିଲିଜ୍ ନଭେମ୍ବର ୫ରେ ହେବ ଜଣାପଡ଼ିଥିବା ବେଳେ, ଦର୍ଶକ କିନ୍ତୁ ପେଡ୍ ପ୍ରିଭ୍ୟୁ ଜରିରଆରେ ନଭେମ୍ବର ୪ ତାରିଖ ବୁଧବାର ଠାରୁ ଏହି ସିନେମା ଦେଖିବାକୁ ପାଇବେ । ଅର୍ଥାତ୍ ଦର୍ଶକମାନେ ଟିକେଟ୍ ବୁକ୍…






