ଚାରା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ସମ୍ମୁଖ ମୁଖ୍ୟ ରାସ୍ତା ରାସ କାର୍ୟ୍ୟାଳୟ ନିକଟରୁ ପୁଲିସ ଏକ ଟ୍ରକରୁ ୧ ହଜାର ୫ କେଜି ଗଞ୍ଜେଇ ଜବତ କରିଛି। ପୁଲିସ ଡ୍ରାଇଭରକୁ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଗିରଫ ଡ୍ରାଇଭରର ହେଉଛି ରାଜସ୍ଥାନର ଭିଲୱାରା ଜିଲ୍ଲା ବଦନାର ଥାନା ବାରାରି ୟୋମକା ବାରୀୟା ଗାଁର ଦେବୀ ସିଂ।ପାଡୁଆ ଥାନା ଅଧୀନ ବୁଡିଙ୍ଗ ଗାଁ ରୁ ରାଜସ୍ଥାନକୁ ଗଞେଇ ଚାଲାଣ ହେଉଥିବା ଖବର ପାଇ ପାଡୁଆ ଥାନା ଏସ ଆଇ ହିମାଂଶୁ ବେନିୟା ଏବଂ ଟିମ ମୁଖ୍ୟ ରାସ୍ତାରେ ଟ୍ରକକୁ ଅଟକାଇଥିଲେ। ନିମ୍ବ ଚାରା ବୋଝେଇ ଟ୍ରକ୍ ର ଡାଲାରେ ସ୍ଵତନ୍ତ୍ର ଚେମ୍ବର ରେ ଗଞେଇ ଥିବା ଦେଖି ଗଞେଇ ସହ ଟ୍ରକକୁ ଜବତ କରି ଡ୍ରାଇଭରକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିଥିଲା। ଓଜନ ପରେ ୧ ହଜାର ୫ କେଜି ଗଂଜେଇ ଥିବା ଜଣା ପଡ଼ିଛି। ଏସ ଆଇ ଦୀପକ ବାରିକ ତଦନ୍ତ ଅଧିକାରୀ ଭାବେ ତଦନ୍ତ ଜାରି ରଖିଛନ୍ତି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ