ଚିଆ ସିଡ୍ସର ଉପକାରିତା

ଡାଏଟ୍ କଥା ଆସିଲେ ପ୍ରଥମେ ପ୍ରାଥମିକତା ଚିଆ ସିଡ୍ସକୁ ଦିଆଯାଏ। ଏହା ଓଜନ ନିୟନ୍ତ୍ରଣରେ ବେଶ୍ ସହାୟକ ହୁଏ। ଏଥିରେ ପ୍ରଚୁର ପରିମାଣରେ ଫାଇବର, ପ୍ରୋଟିନ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ଓମେଗା-୩ ଫ୍ୟାଟି ଏସିଡ୍, ଫସଫରସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ସକାଳେ ଖାଲି ପେଟରେ ଚିଆ ମଞ୍ଜି ଖାଇବା ଦ୍ୱାରା କେବଳ ଯେ ଓଜନ ନିୟନ୍ତ୍ରଣ ହୁଏ ତାହା ନୁହେଁ, ଅନେକ ରୋଗରୁ ମଧ୍ୟ ଉପଶମ ମିଳିପାରେ। ଏହି ପାୱାରହାଉସ୍ ସିଡ୍ସରେ କି କି ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି, ଜାଣନ୍ତୁ…

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରେ:- ଯଦି ମଧୁମେହରେ ପୀଡିତ ଅଛନ୍ତି, ତେବେ ନିଶ୍ଚିତ ଭାବରେ ଚିଆ ସିଡ୍ସ ଖାଆନ୍ତୁ। ଚିଆ ସିଡ୍ସ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ। ଏଥିରେ ଥିବା ଫାଇବର ରକ୍ତରେ ଥିବା ଶର୍କରାକୁ ହ୍ରାସ କରିଥାଏ।

ଓଜନ ହ୍ରାସ:- ଦ୍ରୁତଗତିରେ ଓଜନ ବୃଦ୍ଧି ପାଉଥିଲେ, ଡାଏଟରେ ନିଶ୍ଚିତ ରୂପେ ଚିଆ ସିଡ୍ସ ଯୋଗ କରନ୍ତୁ। ନିୟମିତ ଚିଆ ସିଡ୍ସ ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ।

ଶକ୍ତିଶାଳୀ ହୁଏ ଅସ୍ଥି:- ଅସ୍ଥି ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ ଚିଆ ସିଡ୍ସ। ଏହା ବ୍ୟତୀତ ଅସ୍ଥି ସହ ଜଡିତ ଅନେକ ରୋଗ ମଧ୍ୟ ଆରୋଗ୍ୟ ହୋଇପାରେ।

ତ୍ୱଚାରେ ଆଣେ ଚମକ:- ଚିଆ ସିଡ୍ସରେ ପ୍ରଚୁର ପରିମାଣର ଉପାଦାନ ଥାଏ ଯାହାକି ଚର୍ମକୁ ଜୀବାଣୁରୁ ରକ୍ଷା କରିଥାଏ। ଏହା ବ୍ୟତୀତ ଏହା ଏକ ଭଲ ମଶ୍ଚରାଇଜର ମଧ୍ୟ। ଚିଆ ସିଡ୍ସ ଖାଇବା ଦ୍ୱାରା ଚର୍ମ ଜ୍ୱଳନ ସମସ୍ୟା ମଧ୍ୟ ଦୂର ହୋଇପାରେ।

ଚିଆ ସିଡ୍ସ କିପରି ଖାଇବେ ?
ଆଇରନ୍, ଫାଇବର, ପୋଟାସିୟମ୍, ଭିଟାମିନ୍-ସି ଭଳି ଅନେକ ଗୁଣ ଚିଆରେ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚିଆ ସିଡ୍ସକୁ ପାଣିରେ ଭିଜାଇ ଖାଇବା ସହ କ୍ଷୀରରେ ମଧ୍ୟ ଖାଇପାରିବେ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ