ଚିତ୍ରୋପଳାରେ ଭାସିଗଲେ କାଉଡ଼ିଆ

ସାଲେପୁର: ଶ୍ରାବଣ ସୋମବାରରେ ମହାଦେବଙ୍କ ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ଚିତ୍ରୋପଳା ନଦୀରେ ଭାସିଗଲେ ଯୁବକ । ଯୁବକ ଜଣକ ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗାଁର ରବୀନ୍ଦ୍ର କରଙ୍କ ପୁଅ ଆବୃତ୍ତ କୁମାର କର(୨୫ ବର୍ଷ) ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି । ଆଜି ଶ୍ରାବଣ ମାସର ଶେଷ ସୋମବାର । ମହାଦେବଙ୍କ ଜଳାଅଭିଷେକ କରିବା ପାଇଁ ଆଜି ସକାଳୁ ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗାଁର ରବୀନ୍ଦ୍ର କରଙ୍କ ପୁଅ ଆବୃତ୍ତ କୁମାର କର ବଟେଶ୍ୱର ଗାଁ ନିକଟରେ ଚିତ୍ରୋପଳା ନଦୀରୁ ପାଣି ଉଠାଇବାକୁ ଯାଇଥିଲେ । ପାଣି ଉଠାଇବା ବେଳେ ନଦୀ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ ଓ ସାଲେପୁର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟ ଧରି ନଦୀ ପାଣିରେ ଖୋଜାଖୋଜି ଚଳାଇଛନ୍ତି ମଧ୍ୟ ଏପର୍ୟ୍ୟନ୍ତ ଆବୃତ୍ତ କୁମାରର କୌଣସି ପତ୍ତା ମିଳିନାହିଁ ।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ