ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ, ମୁମ୍ବାଇରେ ୫୨ ଟଙ୍କାରେ, ପଶ୍ଚିମବଙ୍ଗରେ ୫୫ ଟଙ୍କାରେ, ରାଞ୍ଚିରେ ୫୧ ଟଙ୍କାରେ ଏବଂ ଚେନ୍ନାଇରେ ୫୩ ଟଙ୍କାରେ ପହଞ୍ଚି ସାରିଛି। ଭୁବନେଶ୍ବରରେ ପାଇକାରୀ ବଜାରରେ ଚିନି ଦର କ୍ବିଣ୍ଟାଲ ପିଛା ୫୧୫୦ ଟଙ୍କା ଛୁଇଁଲାଣି। ଗତ ମାସକ ପୂର୍ବେ ଏହା ପ୍ରାୟ ୪୪୦୦ ଟଙ୍କା ରହିଥିଲା । ଅର୍ଥାତ୍‌ ଭୁବନେଶ୍ବରର ପାଇକାରୀ ବଜାରରେ ଚିନି ମୂଲ୍ୟ ଗତ ମାସକ ମଧ୍ୟରେ ପାଖାପାଖି ୧୭ ପ୍ରତିଶତ ମହଙ୍ଗା ହୋଇଯାଇଛି। ଏଥିଯୋଗୁ ଖୁଚୁରା ବଜାରରେ ଚିନି କିଲୋଗ୍ରାମ ପିଛା ୫୫ ଟଙ୍କାରୁ ୬୦ ଟଙ୍କା ଭଳି ଦରରେ ବିକ୍ରି ହେଉଛି ।

ଦର ନିୟନ୍ତ୍ରଣ ପାଇଁ ସରକାର ଉଦ୍ୟମ ଚଳାଇଥିଲେ ମଧ୍ୟ ଏଥିରେ ସଫଳତା ଏପର୍ଯ୍ୟନ୍ତ ମିଳିନାହିଁ । ଚିନି ଦରବୃଦ୍ଧିର ମୁଖ୍ୟ କାରଣ ଉତ୍ପାଦନ କମ୍‌ । ଦେଶରେ ଚିନି ଉତ୍ପାଦନ ହ୍ରାସ ପାଇଥିବାବେଳେ ଏଲ୍‌ନିନୋ କାରଣରୁ ଆଗାମୀ ଦିନରେ ଉତ୍ପାଦନ ମଧ୍ୟ କମିବା ଆଶଙ୍କା ରହିଛି। ଚିନି ଯୋଗାଣକୁ ସ୍ବାଭାବିକ ରଖିବା ପାଇଁ ଚିନି କଳଗୁଡ଼ିକ ବଡ଼ ନିଷ୍ପତ୍ତି ବି ନେଇଛନ୍ତି। ଆଖୁ ପେଷିବା କାର୍ଯ୍ୟ ଧାର୍ଯ୍ୟ ସମୟର ୧୦ରୁ ୧୫ ଦିନ ପୂର୍ବରୁ କରିବାକୁ ଯାଉଛନ୍ତି। ଏଥିସହିତ ସରକାର ମଧ୍ୟ ମହଜୁଦକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସାୟୀ ଓ ମିଲ୍‌ ଉପରେ ଷ୍ଟକ୍‌ ଲିମିଟ୍‌ ଲଗାଇ ଦେଇଛନ୍ତି । ମିଲ୍‌ଗୁଡ଼ିକରେ ଷ୍ଟକ୍‌ ଯାଞ୍ଚକୁ ମଧ୍ୟ ବଢ଼ାଇ ଦେଇଛନ୍ତି। ଯଦି ଦରବୃଦ୍ଧି ଜାରି ରହେ ତାହେଲେ ପାର୍ବଣରେ ବିଭିନ୍ନ ପ୍ରକାର ମିଠା ମୂଲ୍ୟ ବଢ଼ିଯାଇପାରେ ।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଉପର ମୁଣ୍ଡରେ ବର୍ଷା: ଫୁଲୁଛି ବୈତରଣୀ

    ଭଦ୍ରକ : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ପୁଣି ଫୁଲୁଛି ବୈତରଣୀ । ବୈତରଣୀରେ ଆସିଥିବା ବନ୍ୟାରେ ଭଦ୍ରକ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଲୋକମାନଙ୍କ ଦୁର୍ଦଶା ସରିନି । ସେପଟେ ଆଖୁଆପଦା ନିକଟରେ ପୁଣି ଫୁଲୁଛି ବୈତରଣୀ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ