ଛଟେଇ ବିରୋଧରେ ପ୍ରତିବାଦ

ଠିକା ଶ୍ରମିକ ଏବଂ ବି.ଏ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି

ଯୋଡା,୧୧/୫ (ରମେଶ ମହାପାତ୍ର)ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ (ଟିପିଏନଓଡିଏଲ) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଛଟେଇ କରାଯିବାର ପ୍ରତିବାଦରେ ଶତାଧିକ ଶ୍ରମିକ ଏକତ୍ରିତ ହୋଇ ଯୋଡା ବୈଦ୍ୟୁତିକ ଖଣ୍ଡ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରୁଥିବା ଦେଖାଯାଇଛି । ଛଟେଇ ହୋଇଥିବା ଠିକା ଏବଂ ବି.ଏ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ଧାରଣା ଦେଇ ଟାଟା ପାୱାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଉଥିବା ଦେଖାଯାଇଛି । ଯୋଡା ଗ୍ରୀଡକୋ କାର୍ଯ୍ୟାଳୟ ନିକଟରୁ ପ୍ରାୟ ୨୦୦ ରୁ ଉଦ୍ଧ୍ୱର୍ ଛଟେଇ ଶ୍ରମିକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଧାରଣାରେ ବସିଥିଲେ । ଟାଟା ପାୱାର ଯେତେବେଳେ ନେସ୍କୋକୁ ନେଲା ସେତେବେଳେ ୨୫.୧୭ ଶତକଡା ଏଟି ଆଣ୍ଡ ସି କ୍ଷତି ହେଉଥିଲା । ଏହି ଶ୍ରମିକ ମାନେ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ବିଶେଷକରି କ୍ଷେତ୍ର ପରିଚାଳନା, ରକ୍ଷଣାବେକ୍ଷଣ, ଗ୍ରହକ ସେବା,ରାଜସ୍ୱ ସଂଗ୍ରହ ଏବଂ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ନିରନ୍ତର ଭାବେ ପରିଚାଳନା କରି ଆସୁଥିଲେ । ଏହି ଶ୍ରମିକ ମାନେ ବହୁ ବାଧାବିଘ୍ନ ସହିତ ନିଜର ନିରନ୍ତର ଭାବେ କାର୍ଯ୍ୟ କରି ଏଟି ଆଣ୍ଡ ସି କ୍ଷତିକୁ ୭.୬୬ ଶତକଡାକୁ ଆଣିବା ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କମ ଦରମାରେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିବା ଏହି ଶ୍ରମିକ ମାନଙ୍କୁ ଛଟେଇ ନକରି ପୁନଃ ନିଯୁକ୍ତି ପାଇଁ ଟିପିଏନଓଡିଏଲ ୱାର୍କରସ ଏମ୍ପ୍ଲୋଇଜ ୟୁନାଇଟେଡ ଫୋରମ ଓ ନେସ୍କୋ ପାୱାର ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ ଏନେଇ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦୁଝର ଜିଲ୍ଲାର ଶ୍ରମିକଙ୍କ ସ୍ୱାର୍ଥ ସହିତ ଉତ୍ତର ଓଡିଶାରେ ବିଦୁ୍ୟତ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଯୋଡା ଡିଭିଜନ ଆସିଷ୍ଟାଣ୍ଡ ଡିଭିଜନ ସେକ୍ରେଟେରୀ ତପିନ୍ଦ୍ର କୁମାର ବାରିକ କହିଛନ୍ତି । ଏନେଇ ସଞ୍ଜୟ କୁମାର ବାରିକ କହିଛନ୍ତି ଯେ,ଟିପିଏନଓଡିଏଲ ଅଧୀନରେ ଆଉଟସୋର୍ସିଂ ବି.ଏ କର୍ମଚାରୀଙ୍କୁ ଛଟେଇ ବନ୍ଦ କରି ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ । ଓଡିଶାର ଶ୍ରମିକଙ୍କୁ ଶୋଷଣ ସହ ଛଟେଇ କରି ବାହାର ରାଜ୍ୟରୁ ଶ୍ରମିକ ଆଣିବା ଘଟଣାକୁ ନିନ୍ଦା କରିବା ସହିତ ଶ୍ରମିକ ମାରଣନୀତି ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି ବୋଲି ପ୍ରକାଶ କୁମାର ଜେନା କହିଥିଲେ । ଏନେଇ ଶ୍ରମିକ ମାନେ ଯୋଡା ବୈଦ୍ୟୁତିକ ଖଣ୍ଡ ନିର୍ବାହୀ ଯନ୍ତ୍ରୀ ଇଂ ସୁଜିତ କୁମାର ରଥକୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରକୁ ଉପରିସ୍ଥ ଅଧିକାରୀଙ୍କୁ ପଠାଇବା ସହ ଏସଂକ୍ରାନ୍ତରେ ଆଲୋଚନା କରିବେ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ ।

  • Related Posts

    ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ଶିଖର ଛୁଇଁଛି :ମୁଖ୍ୟମନ୍ତ୍ରୀ

    ଆଜିର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ପ୍ରେସ୍ ସମ୍ମିଳନୀରେ ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୁନ୍ ୯ ତାରିଖ ହେଉଛି ଆମ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ, ଯୁଗାନ୍ତକାରୀ ତଥା ଅଭୂତପୂର୍ବ…

    Continue reading
    ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ:ଶୁଭେନ୍ଦୁ ଅଧିକାରୀ

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା। ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ। ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପାଇବା ପରେ ଶୁଭେନ୍ଦୁ ଅଧିକାରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ