ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ାର ଅନୁନ୍ନତ ଆଦିବାସୀ ଅଞ୍ଚଳରେ କ୍ରୀଡ଼ାକୁ ମାଧ୍ୟମ କରି ଅନେକ ପୂର୍ବତନ ମାଓବାଦୀ ଓ ସେମାନଙ୍କ ପିଲାମାନଙ୍କୁ ଆନୁଷ୍ଠାନିକ ଭାବେ ସମାଜର ମୁଖ୍ୟ ସ୍ରୋତକୁ ଆଣିବାର ମହତ କାମ କରୁଛନ୍ତି ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର। ବିଶେଷକରୀ ଯୁବଗୋଷ୍ଠୀଙ୍କକୁ କ୍ରୀଡ଼ାର ମହତ୍ତ୍ବ ବୁଝାଇ ସେମାନଙ୍କୁ ଆଗାମୀ ସମୟରେ ଦାନ୍ତେୱାଡ଼ାକୁ ଏକ କ୍ରୀଡ଼ା ହବ୍ ଭାବେ ଗଠିନ କରିବାର ସ୍ବପ୍ନ ଦେଖିବାକୁ ପ୍ରବର୍ତ୍ତାଉଛନ୍ତି। ଏହି ସ୍ବପ୍ନକୁ ସାକାର କରିବାର ବାଟ ମଧ୍ୟ ସଚିନ ଦେଖାଉଛନ୍ତି। ଏହିକ୍ରମରେ ଦାନ୍ତେୱାଡ଼ାରେ ‘ମଇଦାନ କପ୍’ ନାମରେ ଏକ ବିଶାଳ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଛି।
ଏଥିରେ କବାଡ଼ି ଓ ଦୌଡ଼କୁଦ ଭଳି ଖେଳକୁ ସାମିଲ କରାଯାଇଛି। ସଚିନଙ୍କ ପ୍ରେରଣାରେ ଏହି ପ୍ରତିଯୋଗିତାରେ ୫,୦୦୦ରୁ ଅଧିକ ପିଲା ସାମିଲ ହୋଇ ନିଜନିଜ ପ୍ରତିଭାର ପରିପ୍ରକାଶ କରିଛନ୍ତି। ସଚିନ ବୁଧବାର ଜଗଦଲପୁର ବିମାନବନ୍ଦରରେ ଓହ୍ଲାଇ ସେଠାରୁ ଦାନ୍ତେୱାଡ଼ାର ଚିନ୍ଦନାର ଗାଁ’କୁ ଯାତ୍ରା କରିଥିଲେ। ବିମାନବନ୍ଦରରେ ପତ୍ରକାରଙ୍କ ସହ କଥା ହୋଇ କହିଥିଲେ ମଇଦାନ କପ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଆମେ ୫୦ଟି ସ୍କୁଲ୍ରେ ଖେଳ ପଡ଼ିଆର ବିକାଶ କରୁଛି। ଯାହ ମୋତେ ବ୍ୟକ୍ତିଗତ ଭାବେ ଢେର ଆତ୍ମସନ୍ତୋଷ ଦେଇଛି। ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣ କ୍ଷେତ୍ରରେ କାମ କରୁଥିବା ମାନ୍ ଦେଶୀ ପ୍ରତିଷ୍ଠାନ ଏବଂ ସଚିନ ତେନ୍ଦୁଲକର ଫାଉଣ୍ଡେସନ୍ର ମିଳିତ ପ୍ରୟାସରେ ଏହି କାର୍ଯ୍ୟ ସେ ହାତକୁ ନେଇଥିବା ସୂଚନା ଦେଇଥିଲେ।
ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…








