ଜଟଣୀରେ କ୍ୟାନସର୍ ହସ୍ପିଟାଲl: ଅତିରିକ୍ତ ଅର୍ଥ ଯୋଗାଇବେ ଓଡ଼ିଶା ସରକାର

ମୁଖ୍ୟମନ୍ତ୍ରୀଙ୍କ ନୀତିଗତ ନିଷ୍ପତ୍ତି

ଭୁବନେଶ୍ୱର: ଜଟଣୀ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ହୋମିଭାବା କ୍ୟାନସର୍ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ଆବଶ୍ୟକ ଅତିରିକ୍ତ ଅର୍ଥ ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ଏହି ହସ୍ପିଟାଲଟି ପ୍ରସିଦ୍ଧ କ୍ୟାନସର୍ ଚିକିତ୍ସାଳୟ ଟାଟା ମେମୋରିଆଲ ସେଣ୍ଟର ଭଳି ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗ ଅଧୀନରେ ପ୍ରତିଷ୍ଠା କରାଯାଉଛି । ଏହି ହସ୍ପିଟାଲରେ ପୂର୍ବରୁ ଶଯ୍ୟା ସଂଖ୍ୟା ୨୦୦ ରଖାଯାଇଥିଲା, ତେବେ ପରବର୍ତ୍ତୀ ସମୟରେ ଏହାକୁ ୩୮୫କୁ ବୃଦ୍ଧି କରାଯାଇଛି । ଏହି ନିର୍ମାଣ ପାଇଁ ଖର୍ଚ୍ଚ ଆକଳନ ବୃଦ୍ଧି ପାଇଛି ।

ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ମଧ୍ୟ ଅର୍ଥ ଯୋଗାଇ ଦିଆଯାଉଛି। ତେବେ, ଯେଉଁ ଅତିରିକ୍ତ ଅର୍ଥରାଶି ଆବଶ୍ୟକ ହେବ, ଓଡ଼ିଶା ସରକାର ତାକୁ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ହସ୍ପିଟାଲର ଶଯ୍ୟା କ୍ଷମତା ବୃଦ୍ଧି ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପକରଣ ପାଇଁ ଏହି ଅର୍ଥ ବିନିଯୋଗ ହେବ ।

ସୂଚନାଯୋଗ୍ୟ ଯେ, ମୁମ୍ୱାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ବହୁ ସଂଖ୍ୟକ ଓଡ଼ିଆ ରୋଗୀ ପ୍ରତିଦିନ ଯାଇଥାନ୍ତି । ଜଟଣୀରେ ଏହି ହସ୍ପିଟାଲ ପ୍ରତିଷ୍ଠା ପରେ ଏହାଦ୍ୱାରା କେବଳ ଓଡ଼ିଶାର ରୋଗୀମାନେ ନୁହେଁ ବରଂ ପୂର୍ବ ଭାରତର ସମସ୍ତ କର୍କଟ ରୋଗୀ ଉପକୃତ ହେବେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

  • Related Posts

    ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର

    କଟକ: ପାର୍ବଣ ଆଗରୁ ପନିରକୁ ନେଇ ଲୋକଙ୍କ ମନରେ ଛନକା। ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର । ପନିରକୁ ନେଇ ଧରପଗଡ ଚାଲିଥିବାବେଳେ ଗତକାଲି ବିପୁଳ ପରିମାଣର ଅପମିଶ୍ରିତ ପନିରକୁ ଧରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ…

    Continue reading
    ପୋଲିସ-ଅନଲାଇନ ଚାଳକ ମୁହାଁମୁହିଁ ଘଟଣା: ବର୍ତ୍ତମାନ ସୁଦ୍ଧା ୧୧୩ ଗିରଫ

    ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ