ଜନତାଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ସମାଲୋଚନାର ଶିକାର ହେଉଛି ବିଜେପି ସରକାର । ସୋସିଆଲ ମିଡିଆରେ ବିଜେପି ବିରୁଦ୍ଧରେ ମତ ପ୍ରକାଶ କରୁଥିବା ଲୋକଙ୍କୁ ବିଜେପି ଆକ୍ରୋଶର ଶିକାର ହେବାକୁ ପଡୁଛି । ବିଜେପି କ୍ଷମତା ବଳରେ ଜନତାଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ କରୁଛି । ଲୋକଙ୍କ ସରକାର ଲୋକଙ୍କ ଦୁଃଖ ଶୁଣୁନାହାନ୍ତି । ସୋସିଆଲ ମିଡିଆରେ ବିଜେପି ଆକ୍ରୋଶର ଶିକାର ହେଉଛନ୍ତି ଜନସାଧାରଣ । ଯାହାକୁ ନେଇ ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି ।

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଉପସଭାପତି ପ୍ରତାପ ଜେନା କହିଛନ୍ତି, “ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆରେ ଲୋକଙ୍କ ଦ୍ୱାରା ସମାଲୋଚିତ ହେଉଛି ବିଜେପି ସରକାର । ସୋସିଆଲ ମିଡିଆରେ ଯିଏ ବିଜେପି ସରକାରକୁ ସମର୍ଥନ କରୁଛି, ତାଙ୍କ ପାଇଁ ଅନ୍ୟ ଆଇନ ବ୍ୟବସ୍ଥା ରହୁଛି । ଯେଉଁମାନେ ସୋସିଆଲ ମିଡିଆରେ ବିଜେପି ବିରୁଦ୍ଧରେ ମତପ୍ରକାଶ କରୁଛନ୍ତି, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ସେମାନଙ୍କୁ ଗିରଫ କରିବା ସହ ଥାନାକୁ ଡାକି ଭୟଭୀତ କରାଯାଉଛି । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଉଛି । କିଛି ଲେଖିଲେ ବ୍ୟକ୍ତିବିଶେଷଙ୍କ ସୋସିଆଲ ମିଡିଆ ଆଇଡି ବନ୍ଦ କରିଦିଆଯାଉଛି । ସରକାର ଜନତାଙ୍କ ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ସୋସିଆଲ ମିଡିଆରେ ବିଜେପି ସରକାର ବିରୁଦ୍ଧରେ ଲେଖିବାରୁ ତାଙ୍କ ଆଇଡିକୁ ବନ୍ଦ କରିଦିଆଯାଇଛି । ସୋସିଆଲ ମିଡ଼ିଆରେ ବିଜେଡ଼ିର ପ୍ରଚାର ପ୍ରସାର କରୁଥିବା ଆଇଡିକୁ ମଧ୍ୟ ବିଜେପି ସରକାର ଜାଣିଶୁଣି ବନ୍ଦ କରିଦେଉଛି । ବିଜେପି ଆଇଟି ସେଲ ପକ୍ଷରୁ ଅନେକ ବ୍ୟକ୍ତି ବିଶେଷଙ୍କ ଚରିତ୍ର ସଂହାର କରାଯାଉଛି । କିନ୍ତୁ ସରକାର ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଇପ୍ସୀତାଙ୍କ ନାମରେ ସୋସିଆଲ ମିଡିଆରେ ଯେଉଁପରି ଭାବେ କଦର୍ଯ୍ୟ ବ୍ୟବହାର କରାଯାଉଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ସରକାରଙ୍କ ଅପାରଗତା ପାଇଁ ପାଠ୍ୟପୁସ୍ତକରେ ବିରାଟ ତ୍ରୁଟି ହେଲା । ସେହି ତ୍ରୁଟିକୁ ନେଇ ସରକାର ବିରୁଦ୍ଧରେ ସୋସିଆଲ ମିଡିଆରେ ଯିଏ ଟୀକାଟିପ୍ପଣୀ ଦେଉଛି, ସିଏ ଆକ୍ରୋଶର ଶିକାର ହେଉଛି । ବିଜେପି ସରକାରଙ୍କୁ ବିରୋଧ କରିବାରୁ କଟକର ବିଶ୍ୱଜିତ ସାହୁଙ୍କୁ ଟାର୍ଗେଟ କରି ଗିରଫ କରାଯାଇଛି । ଯେଉଁପରି ଭାବେ ତାଙ୍କୁ ଗିରଫ କରାଯାଇଛି, ସେହିପରି ଅନ୍ୟ ଦଳର ନେତାଙ୍କ ଚରିତ୍ର ସଂହାର କରୁଥିବା ଲୋକଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଉ ।”

ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ କହିଛନ୍ତି, “ବିଜେପି ସରକାର ଲୋକଙ୍କ ସରକାର କହୁଛନ୍ତି । କିନ୍ତୁ ଲୋକଙ୍କ ଦୁଃଖ ଶୁଣୁନାହାନ୍ତି । ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଲେ ଆକ୍ରୋଶର ଶୀକାର ହେବାକୁ ପଡୁଛି । ଲୋକେ ଅନେକ ସମସ୍ୟାରେ ପଡୁଥିବା ବେଳେ ସୋସିଆଲ ମିଡିଆରେ ସମସ୍ୟାକୁ ଉପସ୍ଥାପନ କରିଲେ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଯାହାକି ଆଦୌ ଗ୍ରହଣୀୟ ନୁହେଁ । ଆଇନ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଥିବାବେଳେ ତାହା କିନ୍ତୁ ପ୍ରକୃତରେ କାର୍ଯ୍ୟକାରୀ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଯଦି କେହି କହିଲେ ପଦକ୍ଷେପ ଗ୍ରହଣ କରାଯାଉଛି, କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ କହିଲେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ତ୍ରୁଟିପୂର୍ଣ୍ଣ ବହି ପ୍ରକାଶ କରିବା, ଭତ୍ତା ଟଙ୍କା ଦେବାରେ ବିଳମ୍ୱ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ପଖାଳ ଦିବସରେ ସରକାରୀ ଟଙ୍କାର ଅପବ୍ୟବହାର କରିବା ଆଦି ଘଟଣା ସର୍ବସମ୍ମୁଖକୁ ଆଣିଲେ ବିଜେପି ସରକାର ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଆ ଅସ୍ମିତା ଓ ମହିଳାଙ୍କ ସୁରକ୍ଷା ନେଇ ଡିଣ୍ଡିମ ପିଟୁଥିବା ବିଜେପି ସୋସିଆଲ ମିଡ଼ିଆରେ ମହିଳା ଚରିତ୍ର ସଂହାର କରୁଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେଥିପ୍ରତି ଗୁରୁତ୍ୱ ନଦେଇ ସୋସିଆଲ ମିଡିଆରେ ମତପ୍ରକାଶ କରୁଥିବା ଲୋକଙ୍କୁ ଗିରଫ କରି ପୋଲିସ ବାଃ ବାଃ ନେବା ନିନ୍ଦନୀୟ ।”

ବିଜେଡିର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେଲିନ ମହାନ୍ତି କହିଛନ୍ତି, “ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ସାରା ରାଜ୍ୟରେ ସରକାର ଲୋକଙ୍କ ଦ୍ୱାରା ସମାଲୋଚିତ ହେଉଛନ୍ତି, କିନ୍ତୁ ତାହାକୁ ଗ୍ରହଣ କରୁନାହାନ୍ତି । ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପାଠ୍ୟପୁସ୍ତକରେ ୨୦୦୦ରୁ ଉର୍ଦ୍ଧ୍ବ ତ୍ରୁଟି ରହିଛି । ପୁସ୍ତକ ତ୍ରୁଟି ହେଉ, ଅନ୍ୟାନ୍ୟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ବିଫଳ ହେଉଛନ୍ତି । ସୋସିଆଲ ମିଡ଼ିଆରେ ମତ ସାବ୍ୟସ୍ତ କରିବାର ସମସ୍ତଙ୍କ ଅଧିକାର ରହିଛି । ଏହାର ସୁରକ୍ଷା ନିମନ୍ତେ ସୁପ୍ରିମକୋର୍ଟରେ ପୂର୍ବରୁ ଆଇଟି ଆକ୍ଟ ୬୬କୁ ଖାରଜ କରାଯାଇଥିଲା । କିନ୍ତୁ ବିଜେପି ସରକାର ତାହାକୁ ଅନୁପାଳନ ନକରି ସୋସିଆଲ ମିଡିଆରେ ସମାଲୋଚନା କରିଲେ କାର୍ଯାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । ବିଜେପି ତାହାର ଆଇଟି ସେଲକୁ ଛଦ୍ମ ଅସ୍ତ୍ର ଭାବେ ବ୍ୟବହାର କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି । ଯିଏ ତାହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ତାଙ୍କୁ ଗିରଫ କରାଯାଉଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଯୋଗୁଁ ସାରା ରାଜ୍ୟରେ ବର୍ବରତା ବଢ଼ିଚାଲିଛି । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଠିକ ନ କରି ସୋସିଆଲ ମିଡିଆରେ ମତ ଦେଉଥିବା ଲୋକଙ୍କୁ ଗିରଫ କରି ପୋଲିସ୍ ନିଜର ପାରିବାପଣିଆ ଦେଖାଉଛି । ପୋଲିସର ଏପରି କାର୍ଯ୍ୟ ଗ୍ରହଣୀୟ ନୁହେଁ । ସୋସିଆଲ ମିଡିଆରେ ଏପରି କୁତ୍ସାରଟନା କରିଲେ ବିଜୁ ଜନତା ଦଳ ଚୁପ ବସିବ ନାହିଁ, ଏହାର ସଠିକ ଜବାବ ଦେବ । ଲୋକଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ କରୁଥିବା ବିଜେପି ସରକାର ଯଦି ଏଥିରୁ କ୍ଷାନ୍ତ ନ ରୁହେ । ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି ।”

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ