ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ ସମୟ ନଷ୍ଟ ହେବା ଯୋଗୁଁ ପ୍ରାୟ ୨୧୬ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି । ସଂସଦ ହେଉଛି ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ । ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉ କିମ୍ବା ନୂଆ ଆଇନ, ପ୍ରତ୍ୟେକ ବିଲ୍ ଉପରେ ସାଂସଦମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ଓ ଚର୍ଚ୍ଚା ହେବା ଆବଶ୍ୟକ । ହେଲେ ସଂସଦରେ ବାରମ୍ବାର ହଙ୍ଗାମା ଓ ବିରୋଧ ଯୋଗୁଁ ଏହି ଉଦ୍ଦେଶ୍ୟ ପ୍ରଭାବିତ ହୋଇଥିବା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ତାଙ୍କ ଅଭିଯୋଗ ହେଉଛି, ବିରୋଧୀ ଦଳର ଦାୟିତ୍ୱହୀନ ବ୍ୟବହାର ଯୋଗୁଁ ସଂସଦର ଅନେକ ମୂଲ୍ୟବାନ ସମୟ ନଷ୍ଟ ହୋଇଛି । ଫଳରେ ଏହାର ଆର୍ଥିକ ପ୍ରଭାବ ମଧ୍ୟ ପଡ଼ିଛି ।

ଅପରାଜିତାଙ୍କ କହିବା ଅନୁସାରେ, ଲୋକସଭାରେ ୧୨ଟି ବିଲ୍ ପାସ୍ ହୋଇଥିଲେ ମଧ୍ୟ ପ୍ରତ୍ୟେକ ବିଲ୍ ଉପରେ ଯଥେଷ୍ଟ ଚର୍ଚ୍ଚା ଓ ଆଲୋଚନା ହୋଇପାରିନାହିଁ । ସଂସଦରେ ହଙ୍ଗାମା ହେଲେ କେବଳ ସାଂସଦମାନଙ୍କ ସମୟ ନୁହେଁ, ଦେଶର ଟିକସଦାତାଙ୍କ ଟଙ୍କା ମଧ୍ୟ ପ୍ରଭାବିତ ହୁଏ ବୋଲି ସେ କହିଛନ୍ତି । ଯଦି ସଂସଦର କାର୍ଯ୍ୟ ହଙ୍ଗାମା ଯୋଗୁଁ ଠପ୍ ହୋଇଯାଏ, ତେବେ ଏହାର ଆର୍ଥିକ କ୍ଷତି ଶେଷରେ ଦେଶବାସୀଙ୍କୁ ସହିବାକୁ ପଡ଼ିବ । ତେଣୁ ଏଭଳି ପରିସ୍ଥିତି ପାଇଁ ଦାୟୀ କିଏ, ସେନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ସଂସଦରେ ବିଲ୍ ଆସିବା ପରେ ଏହା ଉପରେ ସକାରାତ୍ମକ ଚର୍ଚ୍ଚା ହେବା ଦରକାର ।

ସରକାରୀ ପକ୍ଷ ନିଜ ଯୁକ୍ତି ରଖିବା ସହ ବିରୋଧୀ ଦଳ ମଧ୍ୟ ବିଲ୍‌ର ବିଭିନ୍ନ ଦିଗ ଉପରେ ପ୍ରଶ୍ନ ଉଠାଇପାରନ୍ତି । ହେଲେ ହଙ୍ଗାମା ଯୋଗୁଁ ଯଦି ଚର୍ଚ୍ଚାର ସୁଯୋଗ ହିଁ ନମିଳେ, ତେବେ ଏହା ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଚିନ୍ତାର ବିଷୟ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦରେ ହଙ୍ଗାମା ଯୋଗୁଁ ହୋଇଥିବା କ୍ଷତି ପାଇଁ ୨୧୬ କୋଟି ଟଙ୍କାର କ୍ଷତିର ଦାୟୀ କିଏ? ଏବଂ ପାସ୍ ହୋଇଥିବା ବିଲ୍‌ଗୁଡ଼ିକ ଉପରେ ପର୍ଯ୍ୟାପ୍ତ ଚର୍ଚ୍ଚା କାହିଁକି ହୋଇପାରିଲା ନାହିଁ? ଏହାର ଜବାବ ମିଳିବା ଦରକାର ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ସଂସଦର ସମୟ ଦେଶବାସୀଙ୍କ ସମ୍ପତ୍ତି, ତେଣୁ ହଙ୍ଗାମା ନୁହେଁ, ଗଣତାନ୍ତ୍ରିକ ଚର୍ଚ୍ଚା ମାଧ୍ୟମରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ହେବା ଦରକାର ।

  • Related Posts

    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading
    ୨୦ ବିଜେପି ସାଂସଦ ଚୁପ୍ ରହି ଓଡ଼ିଶାର ସ୍ୱାର୍ଥକୁ ବିକ୍ରି କରିଦେଲେ:ବିଜେଡି

    ଭୁବନେଶ୍ବର: ଲୋକସଭାରେ ଏମଏମଡିଆର ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଫଳରେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଓଡିଶା । ଓଡ଼ିଶାର ଖଣି ରାଜସ୍ୱ ଦିଲ୍ଲୀ ଚାଲିଯିବ । ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ