ଜନତାଙ୍କୁ ଶୋଷଣ କରୁଛନ୍ତି ଡବଲ ଇଞ୍ଜିନ ସରକାର: ବିଜେଡି

ଭୁବନେଶ୍ୱର,: ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଥିବା ବେଳେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର କ୍ରମାଗତ ଦରବୃଦ୍ଧି ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଗତ କିଛି ବର୍ଷ ମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଦୁଇଗୁଣା ବୃଦ୍ଧି ପାଇଛି । ୨୦୧୪ ମସିହାରେ ଘରୋଇ ସିଲିଣ୍ଡରର ମୂଲ୍ୟ ପ୍ରାୟ ୪୧୫ ଟଙ୍କା ଥିଲା, ବର୍ତ୍ତମାନ ତାହା ୯୬୮ ଟଙ୍କାରେ ପହଞ୍ଚିଛି । ସେହିପରି ପେଟ୍ରୋଲ, ଡିଜେଲ ଓ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ମଧ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣ ଜନତାଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି କହି ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ ।
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଦରବୃଦ୍ଧି ଯୋଗୁଁ ନିମ୍ନ ଓ ମଧ୍ୟବିତ୍ତ ପରିବାର, କ୍ଷୁଦ୍ର ବ୍ୟବସାୟୀ, ଚା’ ଦୋକାନୀ ଓ ହୋଟେଲ ବ୍ୟବସାୟୀଙ୍କ ଉପରେ ଗଭୀର ପ୍ରଭାବ ପଡ଼ୁଛି । ରନ୍ଧନ ଗ୍ୟାସର ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଯୋଗୁଁ ସାଧାରଣ ଲୋକଟିଏ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ହ୍ରାସ ପାଇଥିବା ସତ୍ତ୍ୱେ ତାହାର ସୁଫଳ ସାଧାରଣ ଲୋକଙ୍କୁ ମିଳୁନାହିଁ । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଭ୍ୟାଟ୍କୁ କମାଇ, ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ସାଧାରଣ ଜନତାଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ । ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରନ୍ତୁ, ଏହାଦ୍ୱାରା ତୈଳ ମୂଲ୍ୟ ହ୍ରାସ ପାଇବା ସହ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ କମିପାରିବ ।
ଶ୍ରୀମତୀ ଛୁରିଆ ଆହୁରି କହିଥିଲେ, ବିଜେପି ସରକାରରେ ମହିଳା ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ମହିଳାଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି ସରକାର । ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ, କିନ୍ତୁ ସରକାର ନିଜ ଦାୟିତ୍ୱରୁ ବିମୁଖ ହୋଇ ଉତ୍ସବ ମନାଇବାରେ ବ୍ୟସ୍ତ ରହୁଛନ୍ତି । ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରକୁ ହ୍ରାସ କରି ସାଧାରଣ ଜନତାଙ୍କ ଆର୍ଥିକ ବୋଝକୁ କମ୍ କରନ୍ତୁ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ଉପସଭାନେତ୍ରୀ ତଥା କର୍ପୋରେଟର ଶ୍ରୀମତୀ ମାନସୀ ସୁନ୍ଦରରାୟ ଉପସ୍ଥିତ ଥିଲେ ।

  • Related Posts

    ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ପ୍ରାର୍ଥୀପତ୍ର କାଏମ୍

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନକୁ ନେଇ ରାଜନୀତିକ ମାହୋଲ ଗରମ ହୋଇଥିବାବେଳେ ବିଜେପି ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍ ହୋଇଛି । ସୂଚନା ଅନୁସାରେ, ସେ ମୋଟ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ଯାଞ୍ଚ ପ୍ରକ୍ରିୟା ପରେ ସମସ୍ତ…

    Continue reading
    ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଭୁଲ୍, ଧର୍ମେନ୍ଦ୍ରଙ୍କୁ ସୁରକ୍ଷା ଦେବା ବିଜେପି ଓ ମୋଦୀଙ୍କ ଭୁଲ୍: ଭକ୍ତ

    ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ବିଭାଗ, ଗତ କିଛି ବର୍ଷ ହେଲା, ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଅମଳରେ, ଯେତେ ଥର ପ୍ରଶ୍ନପତ୍ର ପ୍ରଘଟ ପରି ମାମଲାରେ ଅଯୋଗ୍ୟତାର ପ୍ରମାଣ ଦେଲାଣି, ଅବିଳମ୍ବେ ଶ୍ରୀ ପ୍ରଧାନ ନିଜକୁ ଦାୟିତ୍ବମୁକ୍ତ କରିଥିଲେ ନିଜ ସମ୍ମାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ