ଜାତୀୟ ପଞ୍ଚାୟତ ପୁରସ୍କାର ଘୋଷଣା : ୫ ବର୍ଗରେ ଓଡ଼ିଶା ପାଇବ ପୁରସ୍କାର

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ଓଡ଼ିଶା ୫ଟି ବର୍ଗରେ ପାଇବ ପୁରସ୍କାର । ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ଗଞ୍ଜାମ ମନୋନୀତ ହୋଇଛି।ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ଦେଶର ୪୨ଟି ପଞ୍ଚାୟତକୁ ମନୋନୀତ କରାଯାଇଛି । ଆସନ୍ତା ଜୁନ୍ ୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ ପୁରସ୍କାର ବିତରଣ କରାଯିବ । ୯ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ମନୋନୀତ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାର ଦିଆଯିବ । ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ୩୪ଟି ପଞ୍ଚାୟତକୁ ତିନୋଟି ବର୍ଗରେ ଏହି ପୁରସ୍କାର ଦିଆଯିବ । ସେହିପରି ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ, ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ଏବଂ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ବର୍ଗରେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପ୍ରଦାନ କରାଯିବ ।

ପୁରସ୍କାର ବିଜେତା ପଞ୍ଚାୟତଗୁଡ଼ିକୁ ପୁରସ୍କାର ରାଶି ସ୍ୱରୂପ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ପ୍ରଦାନ କରାଯିବ । ଜାତୀୟ ପଞ୍ଚାୟତ ପୁରସ୍କାରରେ କର୍ଣ୍ଣାଟକ ସର୍ବାଧିକ ୬ଟି ପୁରସ୍କାର ପାଇବାକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ୫ଟି ଲେଖାଏଁ ବର୍ଗରେ ପୁରସ୍କୃତ ହେବେ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ପୋଟଲମପୁର ପଞ୍ଚାୟତ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କୃତ ହେବାକୁ ମନୋନୀତ ହୋଇଛି । ଏହି ପଞ୍ଚାୟତକୁ ତୃତୀୟ ବର୍ଗରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ଜଳ ସ୍ୱଚ୍ଛଳତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ । ସ୍ୱଚ୍ଛ ଏବଂ ସବୁଜ ପଞ୍ଚାୟତ ବର୍ଗରେ ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧ ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ସାମାଜିକ ନ୍ୟାୟ ଏବଂ ସାମାଜିକ ଦୃଷ୍ଟିରୁ ସୁରକ୍ଷିତ ପଞ୍ଚାୟତ ଭାବେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହି ପଞ୍ଚାୟତକୁ ମଧ୍ୟ ୩୭ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ । ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ବର୍ଗରେ ଗଞ୍ଜାମ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହି ପୁରସ୍କାର ବାବଦରେ ଗଞ୍ଜାମକୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ।

ଦେଶର ଗ୍ରାମାଞ୍ଚଳରେ ସମାବେଶୀ, ଅନ୍ତର୍ଭୂକ୍ତିମୂଳକ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ପଞ୍ଚାୟତି ରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଏହି ପୁରସ୍କାର ଜରିଆରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ଜାତୀୟ ସ୍ତରର ମାନ୍ୟତା ଏବଂ ଆର୍ଥିକ ପ୍ରୋତ୍ସାହନ ମିଳିଥାଏ ।

  • Related Posts

    ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ଵେଦନଶୀଳ:ଧର୍ମେନ୍ଦ୍ର

    ଭୁବନେଶ୍ଵର : ଜୁନ ୨୧ରେ ହେବ NEET-UG ପରୀକ୍ଷା। NTA ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରେସମିଟ୍ କରି ନିଟ୍ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଏବଂ ସାଧୁତା ବଜାୟ ରଖିବା…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ସଂଗଠିତ ଅପରାଧକୁ ନିୟନ୍ତ୍ରଣ କର

    ଭୁବନେଶ୍ୱର : ରାଜ୍ୟ ପୋଲିସ ଏଭଳି ପଦକ୍ଷେପ ନେଉ ଯାହାଦ୍ୱାରା ପୋଲିସ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବ। ଏଥି ସହିତ ଅପରାଧୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିପାରିବ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ