ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ଜାମ୍ମୁ, ଡୋଡା ଓ ରିୟାସି ଇତ୍ୟାଦି ଜିଲାରେ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଗତକାଲି ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଯେଉଁଥିରେ କି କଟରା ସ୍ଥିତ ମାତା ବୈଷ୍ଣୋଦେବୀଙ୍କ ପୀଠରେ ୬ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ଭୂସ୍ଖଳନରେ ୨୫ଟି ବାସଗୃହ ଓ ପୋଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ଏଥିପାଇଁ ବୈଷ୍ଣୋଦେବୀ ପୀଠରେ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ରାଜ୍ୟର ୧୦ଟି ଜିଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର ପର୍ୟ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ନଦୀକୂଳ ଏବଂ ଜଳାଶୟ ନିକଟରୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରାଯାଇଛି । ବର୍ଷା ଯୋଗୁଁ ଉତ୍ତର ରେଳବାଇ ପକ୍ଷରୁ ଜାମ୍ମୁ ଜୋନରେ ୨୨ଟି ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି ଏବଂ ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍‍ କରାଯାଇଛି । ଏଥିରେ ବୈଷ୍ଣୋଦେବୀ ବେସ୍‍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ ମଧ୍ୟ ସାମିଲ ଅଛି ।

ଅନେକ ସ୍ଥାନରେ ଭୂସ୍ଖଳନ ପରେ ମାଟି ଅତଡା ଖସିବା ଏବଂ ପଥର ଖସିବା କାରଣରୁ ଜମ୍ମୁ-କଟରା ରାଜପଥ ବନ୍ଦ ହୋଇଯାଇଛି । ଗତକାଲି ତ୍ରିକୂଟ ପାହାଡରେ ଥିବା ମନ୍ଦିରର ରାସ୍ତା ଏକ ବଡ ଅଂଶ ମାଟି ଅତଡଶରେ ପରିଣତ ହୋଇଥିଲା । ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

  • Related Posts

    ଏନକାଉଣ୍ଟର: ୪ମାଓବାଦୀ ନିହତ

    ମହାରାଷ୍ଟ୍ର: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଚାରି ଜଣ ହାଡକୋର ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ୩ ଜଣ ମହିଳା ମାଓବାଦୀ ରହିଛନ୍ତି । ମୃତ ମାଓବାଦୀଙ୍କ ନିକଟରୁ…

    Continue reading
    ଆତ୍ମସମର୍ପଣ କଲେ ୩୦ ମାଓବାଦୀ

    ବିଜାପୁର: ମାଓମୁକ୍ତ ଅଭିଯାନରେ ଛତିଶଗଡ ପୁଲିସକୁ ବଡ ସଫଳତା ମିଳିଛି । ବିଜାପୁରରେ ୩୦ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ୩୦ଜଣଙ୍କ ମଧ୍ୟରେ ୯ଜଣ ମହିଳା ଓ ୨୦କ୍ୟାଡର ମାଓବାଦୀ ରହିଛନ୍ତି । ଏହି ସବୁ ମାଓବାଦୀଙ୍କ ମୁଣ୍ଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ଆସୁଛି ଆଉ ଏକ ଲଘୁଚାପ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର