ଜିରୋ ନାଇଟ ସେଲିବ୍ରେସନ ପାଇଁ ଜିରୋ ଟଲୋରାନ୍ସ ନୀତି : ପୁଲିସ କମିଶନର

ଭୁବନେଶ୍ୱର: କମିଶନରେଟ୍‌ ପୁଲିସ୍‌ ଜିରୋ ନାଇଟ ସେଲିବ୍ରେସନ ପାଇଁ ଜିରୋ ଟଲୋରାନ୍ସ ନୀତି ଆପଣାଇଛି । ପୁଲିସ କମିଶନର ଦେବଦତ୍ତ ସିଂ ଆଗୁଆ ଅମାନିଆମାନଙ୍କୁ ଚେତାଇଛନ୍ତି ।
ଦେବଦତ୍ତ ସିଂ କହିଛନ୍ତି, ମଦୁଆ ଓ ରୋଡ୍‌ ରୋମିଓଙ୍କ ଉପରେ କଡ଼ା ନଜର ରଖାଯିବ । ସେଲିବ୍ରେସନ ବେଳେ ଯେମିତି ସାଧାରଣ ଲୋକଟିଏ କୌଣସି ଅସୁବିଧାର ସାମ୍ନା ନ କରିବ, ସେଥିପ୍ରତି ଟିକିନିଖି ନଜର ରଖିବ ପୁଲିସ । ଲୋକଙ୍କୁ କୌଣସି ଅସୁବିଧାରେ ପକାଇଲେ ଉତ୍ପାତକାରୀକୁ ତୁରନ୍ତ ବାନ୍ଧିବ ପୁଲିସ । ସୁରକ୍ଷିତ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ସହରରେ ବ୍ଲକିଂ ଚେକିଂ ବଢ଼ିଛି । ବିଭିନ୍ନ ହୋଟେଲରେ ଯାଞ୍ଚ ଚାଲିଛି। ସହରକୁ ଜଗିବ ସିସିଟିଭି । କୌଣସି ଖୋଲା ପଡି଼ଆ କିମ୍ବା ବାହାରେ ଜିରୋ ନାଇଟ୍‌ ପାଳନ କରିବା ପାଇଁ ପୁଲିସଠୁ ଅନୁମତି ନେବାକୁ ପଡ଼ିବ । ହୋଟେଲ କିମ୍ବା କ୍ଲବ, ପବ୍‌ରେ ରାତି ୧୨ଟା ଯାଏଁ ସେଲିବ୍ରେସନ କରିପାରିବେ । ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ୟ୍ୟନ୍ତ ଚେକିଂ ବ୍ଲକିଂ ଚାଲିବ । ସମସ୍ତ ପିକ୍‌ନିକ୍‌ ଓ ପର୍ୟ୍ୟଟନ ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯିବ । ସାଦା ପୋଷାକରେ ପୁଲିସ ଜଗିବେ ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ