
ଦେବଗଡ଼:ତିଲେଇବଣି ବ୍ଲକର କଳାମାଟି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁରଙ୍କ ସଭାପତିତ୍ବ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡା.ଭବାନୀ ଶଙ୍କର ମଲ୍ଲିକ,ମୁକେଶ ଭୋଇ,ଅମିୟ ସାହୁ ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁ,ସୁନାମୁଣ୍ଡା କ୍ଲଷ୍ଟର ସିଆରସିସି ଉଦୟ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ରଶ୍ମିନ ଦାଶ,ସର୍ବବିଦ୍ୟ ଶକ୍ତିମୟ ପ୍ରଧାନ ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇ ସ୍ଵାସ୍ଥ୍ୟ ସଚେତନତା ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷିକା ପଦ୍ମିନୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ରେଡ଼କ୍ରସ କାଉନସିଲର ଅର୍ଚ୍ଚନା ଅଭିଲିପସା ଜେନା ଧନ୍ୟବାଦ ଦେଇଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କରିଥିଲେ।




