ଜୁଲାଇ ୯ରୁ ୧୫ ରାଜ୍ୟବ୍ୟାପୀ ବିଜେଡିର ଶିକ୍ଷା ବଞ୍ଚାଓ ଅଭିଯାନ

ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ରହିଛି । ଯାହାର ସୁଧାର କରିବା ପରିବର୍ତ୍ତେ ଡବଲ ଇଞ୍ଜିନ ବିଜେପି ସରକାର ଓଡ଼ିଶାର ପ୍ରାକ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗି ପଡିଛନ୍ତି । ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି । ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଇସ୍ତଫା ଦାବି କଲା ବିଜେଡି । ଜୁଲାଇ ୯ରୁ ୧୫ ରାଜ୍ୟବ୍ୟାପୀ ଶିକ୍ଷା ବଞ୍ଚାଓ ଅଭିଯାନ କରିବ ଦଳ ।

ବିଜେଡିର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, “ପାଠ୍ୟ ପୁସ୍ତକରେ ୨୦୦୦ରୁ ଉର୍ଦ୍ଧ୍ବ ତ୍ରୁଟି ରହିଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ଗୁଡ଼ିକ ପ୍ରତ୍ୟାହାର କରିବା ନେଇ ସରକାରୀ ସ୍ତରରେ ଘୋଷଣା କରାଯାଇଛି । କିନ୍ତୁ ତାହା ହେଲା ନାହିଁ । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ କାହାରି କଥାରେ କୌଣସି ତାଳମେଳ ରହୁନାହଁ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ତର୍କ ବିତର୍କ ଲାଗି ରହିଛି, କିନ୍ତୁ ସମାଧାନ ହେଉନାହିଁ । ବିଜେପି ସରକାରରେ ବିଧି ବ୍ୟବସ୍ଥା ସଠିକ ଭାବେ ରହୁନାହିଁ । ଏହିଭଳି ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକମାନେ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିଛନ୍ତି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପ୍ରାକ ଶିକ୍ଷାର ସମୟ ଥିବା ବେଳେ ତାହା ଭୁଶୁଡ଼ି ପଡ଼ିଲାଣି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରଦାନ କରିବା ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବାରମ୍ୱାର ଆନ୍ଦୋଳନ ପରେ ବି ପଦକ୍ଷେପ ଶୂନ୍ ରହିଛି । ଏହା ବିରୁଦ୍ଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସ୍ଥିର କରିଛି । ଜୁଲାଇ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ବଞ୍ଚାଓ ଅଭିଯାନକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସ୍ଥିର ହୋଇଛି ।
ପିଲାଙ୍କ ଭବିଷ୍ୟତ ନେଇ ଖେଳୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସଚିବଙ୍କୁ ରାଜ୍ୟର ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ କେବେ ବି କ୍ଷମା କରିବେ ନାହିଁ । ତେଣୁକରି ବିଜେପି ସରକାର ବିରୁଦ୍ଧରେ ଯୁବ ଓ ଛାତ୍ର ସାମିଲ ହୋଇ ଦୃଢ଼ ଆନ୍ଦୋଳନ କରିବ । ଏଥିରେ ଅଭିଭାବକମାନେ ଯୋଗଦାନ କରିବା ନେଇ ବିଜେଡି ପକ୍ଷରୁ ଆହ୍ୱାନ କରାଯାଇଛି । ଏହାସହିତ ସମସ୍ତଙ୍କ ଇସ୍ତଫା ଦାବି କରିଛି ଦଳ । ସରକାରୀ ସିଷ୍ଟମ ବିପର୍ଯ୍ୟସ୍ତ ହୋଇଛି । ମନ୍ତ୍ରୀ ଓ ସଚିବ କାହାରି କଥାରେ ସାମଞ୍ଜସ୍ୟ ରହୁନାହିଁ । ପୁସ୍ତକରେ ସାଙ୍ଘାତିକ ତ୍ରୁଟି ହୋଇଥିବା ବେଳେ ଅଭିଭାବକ ମାନଙ୍କୁ ରାଜ୍ୟ ସରକାର ଭୁଆଁ ବୁଲାଉଛନ୍ତି । ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ପିଲାଙ୍କ ପାଖରେ ପୁସ୍ତକ ନାହିଁ । ମାସକ ମଧ୍ୟରେ ପୁସ୍ତକ ପ୍ରତ୍ୟାହାର କରି ତ୍ରୁଟି ଶୂନ୍ୟ ନୂତନ ପୁସ୍ତକ ପ୍ରଦାନ କରାଯାଉ । ନଚେତ ପୁରୁଣା ପୁସ୍ତକକୁ ପୁନଃ ପ୍ରଚଳନ କରାଯାଉ ବୋଲି ଦଳ ଦାବି କରିଛି ।

ରାଜ୍ୟ ସାରା ଶିକ୍ଷା ବଞ୍ଚାଓ ଅଭିଯାନ ଜରିଆରେ ରାଜ୍ୟ ସରକାରଙ୍କ ମୁଖା ସର୍ବସମ୍ମୁଖରେ ଖୋଲାଯିବ । ତ୍ରୁଟିପୂର୍ଣ୍ଣ ପୁସ୍ତକ କରି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କିଏ ସେ ଷଡ଼ଯନ୍ତ୍ରକାରୀ ତାଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ।

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ କହିଛନ୍ତି, “ତ୍ରୁଟିକୁ ଲୁଚାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲୋକଙ୍କୁ ଠକିବାରେ ଲାଗିଛନ୍ତି । ତ୍ରୁଟିକୁ ଶିକ୍ଷା ମନ୍ତ୍ରୀ ଖଣ୍ଡନ କରିବା ବେଳେ ସଚିବ ଅନ୍ୟ ପ୍ରତିକ୍ରିୟା ଦେଉଛନ୍ତି । କାହାରି କଥାରେ ସାମଞ୍ଜସ୍ୟ ରହୁନାହିଁ । ଆଉ କିଛି ମାସ ପରେ ପିଲାଙ୍କ ପରୀକ୍ଷା । କିନ୍ତୁ ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରକାଶ ପାଇଁ ନୋଟିଫିକେସନ ହେଉନାହିଁ । ନୂତନ ପୁସ୍ତକ ପ୍ରକାଶ କେବଳ ଘୋଷଣା ବାଜିରେ ସୀମିତ ରହିଛି । କେବେ ନୂତନ ପୁସ୍ତକ ଯୋଗାଇ ଦିଆଯିବ । ” ଜାତୀୟ ଶିକ୍ଷା ନୀତିର ପୁସ୍ତକ ଚଳିତ ବର୍ଷ ପ୍ରଦାନ ନକରି ପୁରୁଣା ବହି ପ୍ରଦାନ କରିବାକୁ ଦାବି କରିଛନ୍ତି । ମହାବିଭ୍ରାଟ ଘଟିଥିବା ବେଳେ ବିଜେପି ସରକାର ପଦକ୍ଷେପ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛି । ବିଜେପି ସରକାର ମିଥ୍ୟା ଘୋଷଣା ବାଜି ନକରି ପଦକ୍ଷେପ ଗ୍ରହଣ କରି ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି । ପୁସ୍ତକ ପ୍ରକାଶନରେ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ସରକାରୀ ପ୍ରେସରେ ପୁସ୍ତକ ନଛାପି ଘରୋଇ ପ୍ରେସରେ ଛାପିବା ସନ୍ଦେହ ସୃଷ୍ଟି କରିଛି । ଏନେଇ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ବିଜେଡି ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି । ଯାହାକୁ ନେଇ ରାଜ୍ୟବ୍ୟାପୀ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, “ଆମେ ଗଣତନ୍ତ୍ର ରାଜ୍ୟର ବାସିନ୍ଦା ହୋଇଥିବା ବେଳେ ଆମର ଗଣତାନ୍ତ୍ରିକ ଅଧିକାରକୁ ବିଜେପି କ୍ଷୁଣ୍ଣ କରିଛି । କୁନି କୁନି ପିଲାଙ୍କୁ ଶିକ୍ଷା ଭଳି ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଉଛି । ବିଜେପି ସରକାର ପିଲାଙ୍କ ଭବିଷ୍ୟତକୁ ଦଳି ଚକଟି ନଷ୍ଟ କରିବା ସହ ସାମ୍ୱିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି । ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି । ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ବିଜେପି ଦଳ କିମ୍ୱା ସରକାରୀ କଳ ଦାୟୀ ବୋଲି କହିଛନ୍ତି । ଆନ୍ଦୋଳନ ପରେ ମଧ୍ୟ ପୁସ୍ତକ ପ୍ରତ୍ୟାହାର କରାଗଲା ନାହିଁ । ଯାହାକି ଅତି ନିନ୍ଦନୀୟ । ଭୁଲ ବହି ପଢ଼ି ପିଲା ପରୀକ୍ଷା ଦେଲେ ଉତ୍ତୀର୍ଣ୍ଣ କିପରି ହେବେ,” ବୋଲି ପ୍ରଶ୍ନ କରିଛନ୍ତି ।

ପିଲାଙ୍କ ଭବିଷ୍ୟତ ନେଇ ବିଜେପି ସରକାରଙ୍କ ଚକ୍ରାନ୍ତ ବିରୁଦ୍ଧରେ ବିଜେଡି ଲଢ଼େଇ ଜାରି ରଖିବ ବୋଲି କହିଛନ୍ତି ।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ