
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍, ଉପରାଷ୍ଟ୍ରପତି ନିର୍ବାଚନ ଓ ବିରୋଧୀଙ୍କ ଅଭିଯୋଗକୁ ନେଇ ନ୍ୟୁଜ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି । ଏ ତମାମ ବିଷୟକୁ ନେଇ ଆଲୋଚନା କରିଛନ୍ତି । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ବିରୋଧରେ ବିରୋଧୀଙ୍କ ମତ ଉପରେ ଶାହ କହିଛନ୍ତି, ବିରୋଧୀ ଚେଷ୍ଟା କରୁଛନ୍ତି, ଯଦି ସେମାନେ କେବେ ଜେଲ ଯାଆନ୍ତି ତେବେ ଜେଲରୁ ସହଜରେ ସରକାର ଗଠନ କରିପାରିବେ । ସେମାନେ ଜେଲକୁ ପିଏମ୍-ସିଏମ୍ ହାଉସ୍ କରିଦେବେ । ଡିଜିପି, ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ସଚିବ କିମ୍ବା ଗୃହ ସଚିବ ଜେଲରୁ ହିଁ ଆଦେଶ ଦେବେ । ଏମିତି ହୋଇପାରିବ ନାହିଁ ।’ ଅମିତ ଶାହ ଦାବି କରିଛନ୍ତି ଯେ କଂଗ୍ରେସର କିଛି ଲୋକ ଏହି ବିଲ୍କୁ ସମର୍ଥନ କରିବେ ଯାହା ଦ୍ୱାରା ବିଲ୍ ସହଜରେ ପାସ୍ ହୋଇଯିବ । ସେହିପରି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ବାବଦରେ ଶାହ କହିଛନ୍ତି, ଏହା ସ୍ପଷ୍ଟ ଯେ ଏହାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା ।
ବିରୋଧୀଙ୍କୁ କଟାକ୍ଷ କରି ଗୃହମନ୍ତ୍ରୀ କହିଛନ୍ତି, “ଲାଲୁ ଯାଦବଙ୍କୁ ବଞ୍ଚାଇବା ପାଇଁ ମନମୋହନ ସିଂହ ଆଣିଥିବା ଅଧ୍ୟାଦେଶକୁ ଚିରି ଦେବା ପାଇଁ ରାହୁଲ ଗାନ୍ଧୀଙ୍କ ଯୁକ୍ତି କ’ଣ ଥିଲା ? ଯଦି ସେଦିନ ନୈତିକତା ଥିଲା, ତେବେ ଆଜି ନାହିଁ କାରଣ ଆପଣ ଲଗାତାର ୩ଟି ନିର୍ବାଚନ ହାରିଛନ୍ତି ? ମୁଁ ବିଶ୍ୱାସ କରେ ଯେ ଏହା ଗୃହୀତ ହେବ । କଂଗ୍ରେସ ଦଳ ଏବଂ ବିରୋଧୀ ଦଳରେ ଅନେକ ଲୋକ ନୈତିକତାକୁ ସମର୍ଥନ କରିବେ ଏବଂ ନୈତିକତାର ଆଧାର ବଜାୟ ରଖିବେ । ବିରୋଧୀ ଯେଉଁ ଆଇନ୍ରୁ ବିରୋଧ କରୁଛନ୍ତି ଯଦି ତାହା ପୂର୍ବରୁ ହୋଇଥାଆନ୍ତା ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲ ହୋଇଥିଲା ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା ” ।’ଏହାକୁ ଲମ୍ବା କରିବା ଅନୁଚିତ୍’- ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ବାବଦରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ଜଗଦୀପ ଧନଖଡଙ୍କ ଇସ୍ତଫା ସମ୍ପୂର୍ଣ୍ଣ ସ୍ପଷ୍ଟ । ଏହାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା । ସେ ତାଙ୍କ କାର୍ୟ୍ୟକାଳରେ ବହୁତ ଭଲ କାମ କରିଛନ୍ତି । କିଛି ବିରୋଧୀ ନେତା ଧନଖଡ଼ଙ୍କୁ ‘ନଜରବନ୍ଦୀ’ କରି ରଖାଯାଇଥିବା ଦାବି କରିଛନ୍ତି । ସତ ଏବଂ ମିଛର ବାଖ୍ୟା କେବଳ ବିରୋଧୀଙ୍କ ବୟାନ ଉପରେ ନିର୍ଭର ହେବା କଥା ନୁହେଁ । ଏହାକୁ ଅଧିକ ବଡ଼ କରିବା ଅନୁଚିତ୍ ।




