ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ ନାଥ

ଆଇପିଏସ ସ୍ତରରେ ହୋଇଛି ଅଦଳ ବଦଳ। ଜେଲ୍‌ ଡିଜି ପଦରୁ ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଓଏସ୍‌ଡି ଭାବେ ଗୃହ ବିଭାଗକୁ ବଦଳି କରାଯାଇଛି। ରବିବାର ଏନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।୧୯୯୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ଏସ୍‌ଏଫଏସଏଲ (State Forensic Science Laboratory) ନିର୍ଦ୍ଦେଶକ ଥିବା ସନ୍ତୋଷ ବାଲାଙ୍କୁ ଜେଲ୍ ବିଭିଗର ଅତିରିକ୍ତ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୧୯୯୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅମିତାଭ ଠାକୁର ପରିବହନ କମିଶନର ଭାବେ କଟକରେ ଅବସ୍ଥାପିତ ହୋଇଥିବା ବେଳେ ଜେଲ ବିଭାଗର ଅତିରିକ୍ତ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ। ତାଙ୍କୁ ଜେଲ ବିଭାଗର ଅତିରିକ୍ତ ଡିଜି ଦାୟିତ୍ୱରୁ ମୁକ୍ତ କରାଯାଇଛି। ସେ କେବଳ ପରିବହନ କମିଶନର ଭାବେ ତାଙ୍କ ଦାୟିତ୍ୱ ତୁଲାଇବେ।ରାଜ୍ୟ ସଶସ୍ତ୍ର ପୁଲିସ (SAP)ର ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିବା ୧୯୯୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୧୦ ବ୍ୟାଚ୍‌ର ଆଇପିଏସ୍ ଅଫିସର ସାରା ଶର୍ମାଙ୍କୁ ଭିଜିଲାନ୍ସ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଝାରସୁଗୁଡ଼ା ଏସ୍‌ପି ଶ୍ରୀ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କଟକ ସ୍ଥିତ ପୁଲିସ ମୁଖ୍ୟାଳୟକୁ ଏଆଇଜି ଭାବେ ବଦଳି କରାଯାଇଛି। ସେହିପରି ନୂଆପଡ଼ା ଏସ୍‌ପି ଅମୃତପାଲ ସିଂହଙ୍କୁ କଟକ ସ୍ଥିତ ରାଜ୍ୟ ପୁଲିସ ପୁଲିସ ମୁଖ୍ୟାଳୟକୁ ଏସ୍‌ପି ଭାବେ ବଦଳି କରାଯାଇଛି। ଖୋର୍ଦ୍ଧାରେ ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ୨୦୨୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୋନାଲି ସିଂହ ପାରମରଙ୍କୁ ଝାରସୁଗୁଡ଼ା ଏସ୍‌ପି ଭାବେ ବଦଳି କରାଯାଇଛି। କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏଆଇଜି ଭାବେ କାର୍ଯ୍ୟ କରୁଥିବା ଓପିଏସ୍ ଅଫିସର ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍‌ପି ଭାବେ ବଦଳି କରାଯାଇଛି।
ଗୋଟିଏ ପଟେ ରାଜ୍ୟରେ ସ୍ଥାୟୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ବିବାଦକୁ ନେଇ ବରିଷ୍ଠ ଆଇପିଏସ୍‌ ଅଫିସର ସୁଶାନ୍ତ ନାଥ ଚର୍ଚ୍ଚାରେ ଥିବା ବେଳେ ଅନ୍ୟପଟେ ତାଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଚୌଦ୍ୱାର ଜେଲ୍‌ର ପୂର୍ବତନ ଜେଲର ସନ୍ତୋଷିନୀ ଦାସ। ତାଙ୍କ ଅଭିଯୋଗ ଆଧାରରେ ଚୌଦ୍ୱାର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୁଶାନ୍ତ ନାଥଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଗତକାଲି ଗୃହ ବିଭାଗକୁ ଲିଖିତ ଭାବେ ଅବଗତ କରିଥିଲା କମିଶନରେଟ ପୁଲିସ। ଆଉ ଆଜି ତାଙ୍କୁ ଜେଲ୍ ବିଭାଗ ଡିଜି ପଦରୁ ହଟାଇ ଗୃହ ବିଭାଗକୁ ଓଏସ୍‌ଡି ଭାବେ ବଦଳି କରାଯାଇଛି।

  • Related Posts

    ରେଡ୍‌କ୍ରସ୍‌ ପାଣ୍ଠି ଆତ୍ମସାତ୍‌ ଅଭିଯୋଗ, ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଗିରଫ

    ବ୍ରହ୍ମପୁର: ସରକାରୀରେଡ୍‌କ୍ରସ୍‌ ପାଣ୍ଠିର ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସଗଞ୍ଜାମଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ (ଏସ୍‌ଆର୍‌ଏ) ସଦାଶିବ ପ୍ରଧାନଙ୍କୁ ଗିରଫ କରିଛି। ସେ ବର୍ତ୍ତମାନ ସୁରଡ଼ା ତହସିଲ କାର୍ଯ୍ୟାଳୟରେ…

    Continue reading
    ଆସୁଛି ‘ମୁରାସୁ’, ଆଣିବ ବର୍ଷା

    ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବାଦଲଫଟା ବର୍ଷା ଦ୍ବାରା ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲାରେ ବନ୍ୟା ଓ ଭୂସ୍ଖଳନ ଦୁର୍ଦଶା ଲିଭିନାହିଁ। ବନ୍ୟା ବିପନ୍ନ ଲୋକମାନେ ଏବେବି ପାଣିଘେରରେ ରହି ନାନା କକର୍ଥନା ଭୋଗୁଥିବାବେଳେ ପାଣିପାଗ ବିଭାଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି