ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଚେତାବନୀ

ଢେଙ୍କାନାଳ: ମୋତେ ଫେରାଅ ମୋ ଚାକିରି, କିଛି ଏଭଳି ଦାବିରେ ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଯୁବକ | ଢେଙ୍କାନାଳ ଜିଲ୍ଲାର ତୁମୁସୀଙ୍ଗ ଥାନା ଅନ୍ତର୍ଗତ ସୋଗର ଗ୍ରାମର ଯୁବକ ରୁଦ୍ର ନାରାୟଣ ଦାସ l ଟାଉନ ଥାନା ନିକଟରେ ଥିବା ମୋବାଇଲ ଟାୱାରରେ ଚଢି ଯୁବକ ଜଣଙ୍କ ନିଜ ଦାବି ସମ୍ପର୍କରେ ଚିଠି ଦରଖାସ୍ତ ଲେଖି ଅଗ୍ନିଶମ ଅଧିକାରୀଙ୍କୁ ଦେଇଛି l ରୁଦ୍ରଙ୍କର କହିବା କଥା ଯେ ୨୦୧୮ ମସିହାରେ ସେ ଓ଼ଏସପି ୧ ବାଟାଲିୟନରେ ଯବାନ ରୂପେ ଯୋଗ ଦେଇଥିଲେ |
ତାଙ୍କୁ ଝାରସୁଗୁଡ଼ା ଟ୍ରେନିଂ ପାଇଁ ପଠାଯାଇଥିବାବେଳେ ମୁଣ୍ଡ ବିନ୍ଧା ପାଇଁ କୋଭିଡ ଟେଷ୍ଟ ହୋଇଥିଲା ଓ ରିପୋର୍ଟ୍ ନେଗେଟିଭ ଆସିଥିଲା l ରୁଦ୍ର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏମିତି ଏକ ଇଞ୍ଜେକ୍ସନ ଦିଆଯାଇଥିଲା ଯାହାପରେ ବୁର୍ଲା ମେଡିକାଲ ପଠା ଯାଇଥିଲା | ପରେ ସେ ଶାରୀରିକ ଅକ୍ଷମ ବୋଲି ଚାକିରିରୁ ବହିଷ୍କୃତ ହୋଇଥିଲେ l
ପରେ ସେ ବିଭିନ୍ନ୍ ଅଧିକାରୀ, ଜନ ପ୍ରତିନିଧି ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚାକିରି ଫେରି ପାଇବାକୁ ଗୁହାରୀ କରିଛନ୍ତି l ଦାବି ପୂରଣ ନ ହେଲେ ଟାୱାର ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବ ବୋଲି ଅଗ୍ନିଶମ ଓ ପୋଲିସକୁ ଚେତାବନୀ ଦେଇଛନ୍ତି | ଏବେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ରମେଶ ସେଠୀ, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଉପସ୍ଥିତ ଅଛନ୍ତି |

  • Related Posts

    ଘୂର୍ଣ୍ଣିବଳୟ ସକ୍ରିୟ : ୧୩ରେ ଲଘୁଚାପ

    ଭୁବନେଶ୍ବର : ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୧୧ ତାରିଖ ବେଳକୁ ଏହା ଆଣ୍ଡାମାନସାଗର ମଧ୍ୟକୁ ପ୍ରବେଶ କରିପାରେ। ଏହା ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ…

    Continue reading
    ୧୧ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ: ୫ଜଣଙ୍କ କାଏମ

    ଦେବଗଡ଼:୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ହେଉଛି।ଯାହାକୁ ନେଇ ବର୍ତ୍ତମାନ ଦେବଗଡ ଜିଲ୍ଲାର ବିଭିନ୍ନ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇପଡିଛି।ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଥିବା‌ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ