ଟିମ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୂରସ୍କାର

ଟି-୨୦ ବିଶ୍ୱକପ ୨୦୨୬ର ଚାମ୍ପିୟନ ଭାରତୀୟ ଟିମ ଉପରେ ଟଙ୍କା ବର୍ଷା। ରେକର୍ଡ ଥର ପାଇଁ ବିଶ୍ୱକପ ଜିତିଥିବା ଭାରତୀୟ ଟିମ ଉପରେ ରେକର୍ଡ ପରିମାଣର ଟଙ୍କା ବର୍ଷା କରିଛି ବିସିସିଆଇ। ବିଶ୍ୱ ବିଜେତା ଦଳ ପାଇଁ ବିସିସିଆଇ ଘୋଷଣା କରିଛି ରେକର୍ଡ ୧୩୧ କୋଟି ଟଙ୍କାର ପୂରସ୍କାର। ସୂର୍ଯ୍ୟ କୁମାର ଯାଦବଙ୍କ ଟିମ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିବା ବେଳେ ବିସିସିଆଇ ନିଜର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗି ଦେଇଛି।୨୦୨୪ରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ବାର୍ବଡୋସରେ ଟି-୨୦ ବିଶ୍ୱକପ ଜିତିଥିଲା। ଏହି ସମୟରେ ବିଶ୍ୱ ବିଜେତା ଦଳ ପାଇଁ ବିସିସିଆଇ ୧୨୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଥିଲା। ଏବେ ସୂର୍ଯ୍ୟ କୁମାର ଯାଦବଙ୍କ ଟିମ ଅହମଦବାଦରେ ଇତିହାସ ରଚିବାରୁ ବିସିସିଆଇ ୨୦୨୪ ତୁଳନାରେ ଆହୁରି ଅଧିକ ପରିମାଣର ଟଙ୍କା ଘୋଷଣା କରିଛି।
ବିଶ୍ୱର ପ୍ରଥମ ଟିମ ଭାବେ ଭାରତ କ୍ରମାଗତ ଦୁଇ ଥର ଟି-୨୦ ବିଶ୍ୱକପ ଜିତିଛି। ସେହିପରି ବିଶ୍ୱର ପ୍ରଥମ ଦଳ ଭାବେ ଭାରତ ତୃତୀୟ ଥର ବିଶ୍ୱକପ ଜିତିବାର ରେକର୍ଡ କରିଛି। ଏହି ରେକର୍ଡ ଯୋଗୁ ବିସିସିଆଇ ମଧ୍ୟ ନିଜର ପୁରୁଣା ରେକର୍ଡ ଭାଙ୍ଗି ୧୩୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛି।
ଗୋଟିଏ ପ୍ରେସ ବିବୃତିରେ ବିସିସିଆଇ କହିଛି ଯେ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ରେ ଭାରତୀୟ ଟିମର ଦମଦାର ପ୍ରଦର୍ଶନ ପାଇଁ ବିସିସିଆଇ ପକ୍ଷରୁ ୧୩୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଉଛି। ଭାରତୀୟ ଟିମ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସମ୍ମାନଜନକ ଟ୍ରଫି ଜିତିଛି।ଏଥିସହ ଆଇସିସି ପୁରୁଷ ଟି-୨୦ ବିଶ୍ୱକପର ପ୍ରଥମ ଦଳ ଭାବେ ଟ୍ରଫିକୁ ସଫଳତାର ସହ ଡିଫେଣ୍ଡ କରିପାରିଛି। ଏହି ବିଜୟ ସହ ଭାରତ ପ୍ରଥମ ଦଳ ଭାବେ ରେକର୍ଡ ତୃତୀୟ ଥର ଟ୍ରଫି କବଜା କରିଛି। ଭାରତ ଏବେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ଟିମ ବନି ଯାଇଥିବା ବିସିସିଆଇ କହିଛି।

ବିସିସିଆଇ ପକ୍ଷରୁ ସମସ୍ତ ଖେଳାଳି, ସର୍ପୋଟ ଷ୍ଟାଫ ଓ ଚୟନକର୍ତ୍ତାଙ୍କୁ ପୁଣିଥରେ ଐତିହାସିକ ସଫଳତା ପାଇୱ ଶୁଭେଚ୍ଛା ଜଣା ଯାଇଛି। ବିସିସିଆଇ ଘୋଷଣା କରିଥିବା ୧୩୧ କୋଟି ଟଙ୍କାକୁ ଭାରତୀୟ ଟିମର ଖେଳାଳି, କୋଚ ଓ ସର୍ପୋଟ ଷ୍ଟାଫ ମିଳିତ ଭାବେ ନେବେ। ଚୟନକର୍ତ୍ତାଙ୍କୁ ମଧ୍ୟ ଏହି ଆର୍ଥିକ ପୁରସ୍କାରରୁ କିଛି ଅଂଶ ମିଳିବ।

ବିଶ୍ୱ ବିଜେତା ସୂର୍ଯ୍ୟ କୁମାର ଯାଦବଙ୍କ ଦଳକୁ ଆଇସିସି ପକ୍ଷରୁ ମଧ୍ୟ ମୋଟା ଅଙ୍କର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଆଇସିସି ଟି-୨୦ ବିଶ୍ୱକପ ଜିତିଥିବାରୁ ଭାରତୀୟ ଟିମକୁ ରେକର୍ଡ ୩ ମିଲିୟନ ଡଲାର ବା ୨୭.୪୮ କୋଟି ଟଙ୍କା ମିଳିଛି। ୨୦୨୪ ତୁଳନାରେ ଏହା ୨୦% ଅଧିକ। ଅତିରିକ୍ତ ଭାବେ ଗ୍ରୁପ ଓ ସୁପର ୮ରେ ପ୍ରତିଟି ବିଜୟ ପାଇଁ ଦଳକୁ ୨୮.୬ ଲକ୍ଷ ଟଙ୍କା ଲେଖାଏ ମଧ୍ୟ ମିଳିଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ