ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ

ନୂଆଦିଲ୍ଲୀ : ଆସନ୍ତା ମାସରେ ଭାରତୀୟ ଦଳ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବ । ଜୁନ ୨୦ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହା ପୂର୍ବରୁ ଭାରତ ଏ’ ଦଳ ଇଂଲଣ୍ଡ ଯାତ୍ରା କରି ୩ ମ୍ୟାଚ ବିଶିଷ୍ଟ ଅନଫିସିଆଲ ଟେଷ୍ଟ ସିରିଜ ଖେଳିବାର କାର୍ୟ୍ୟକ୍ରମ ରହିଛି । ମେ ୩୦ ତାରିଖରୁ ଏ’ ସିରିଜ ଆରମ୍ଭ ହେବ । ସମୟ ଗଡ଼ି ଚାଲିଥିଲେ ହେଁ ବିସିସିଆଇ ଚୟନ କମିଟି ଏପର୍ୟ୍ୟନ୍ତ ଦଳ ଘୋଷଣା କରିପାରି ନାହିଁ । ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିସାରିଥିବାରୁ କ୍ରିକେଟ୍‌ ପ୍ରେମୀ ଟେଷ୍ଟ ଦଳ ଘୋଷଣାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

ଯାହା ଜଣା ପଡ଼ୁଛି, ଆସନ୍ତା ୨୩ କିମ୍ବା ୨୪ ତାରିଖରେ ଦଳ ଘୋଷଣା କରାଯାଇପାରେ । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଯୋଗୁଁ ଆଇପିଏଲ୍‌କୁ ସାପ୍ତାହେ କାଳ ସ୍ଥଗିତ ରଖିବାକୁ ପଡ଼ିଥିଲା । ଯାହା ଫଳରେ ଦଳ ଚୟନ କରିବାରେ ମଧ୍ୟ ବିଳମ୍ବ ହୋଇଥିଲା । ଆସନ୍ତା ୧୭ ତାରିଖରୁ ଆଇପିଏଲ୍‌ର ବାକି ଭାଗ ଆରମ୍ଭ ହେବ । ପ୍ଲେ- ଅଫ୍‌ ଦୌଡରୁ ବାଦ ପଡ଼ିସାରିଥିବା ଦଳଗୁଡ଼ିକ ମଧ୍ୟରୁ ଖେଳାଳିମାନଙ୍କୁ ନେଇ ଏ’ ଦଳ ଚୟନ କରାଯିବ।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ